ନୂଆଦିଲ୍ଲୀ/ଭୁବନେଶ୍ୱର – ଜେପିଏସ ଚାୱଲା ଆଜି ଅର୍ଥ ମନ୍ତ୍ରଣାଳୟ ବ୍ୟୟ ବିଭାଗରେ ନୂତନ ମହାଲେଖା ନିୟନ୍ତ୍ରକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
୧୯୮୫ ବ୍ୟାଚର ଭାରତୀୟ ସିଭିଲ ଲେଖା ସେବା ଅଧିକାରୀ ଶ୍ରୀ ଚାୱଲାଙ୍କୁ ଭାରତ ସରକାର ନିୟମିତ ଆଧାରରେ ଅକ୍ଟୋବର ୧୫, ୨୦୧୯ରୁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗରେ ମହାଲେଖା ନିୟନ୍ତ୍ରକ ଭାବେ ନିଯୁକ୍ତ କରିଛନ୍ତି । ତେବେ ଶ୍ରୀ ଚାୱଲା ସେପ୍ଟେମ୍ବର ୧, ୨୦୧୯ରୁ ସିଜିଏ ଭାବେ କାର୍ଯ୍ୟ କରିଆସୁଛନ୍ତି ।
ଶ୍ରୀ ଚାୱଲା ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ । ସିଭିଲ ସେବାକୁ ଆସିବା ପୂର୍ବରୁ ସେ ଚାରି ବର୍ଷ ପାଇଁ ଇଞ୍ଜିନିୟରିଂ ଇଣ୍ଡିଆ ଲିମିଟେଡ (ଇଆଇଏଲ)ରେ କାର୍ଯ୍ୟ କରିଛନ୍ତି । ନିଜର ୩୪ ବର୍ଷର କ୍ୟାରିଅରରେ ସେ ପ୍ରସାର ଭାରତୀ, ସହରୀ ବିକାଶ, ନାଗରିକ ଉନ୍ନୟନ ଏବଂ ପର୍ଯ୍ୟଟନ ଓ କୃଷି ଭଳି ଅନେକ ମନ୍ତ୍ରଣାଳୟ/ବିଭାଗର ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି । ସେ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ), ଇନ୍ଦ୍ରପ୍ରସ୍ଥ ପାୱାର ଜେନେରେସନ କମ୍ପାନୀ ଲିମିଟେଡ (ଆଇପିଜିସିଏଲ) ଓ ପ୍ରଗତି ପାୱାର ଲିମିଟେଡ (ପିପିଏଲ)ରେ ନିଦେ୍ର୍ଧଶକ (ଅର୍ଥ) ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ସିଜିଏ ପଦଭାର ସମ୍ଭାଳିବା ପୂର୍ବରୁ ଶ୍ରୀ ଚାୱଲା ମୁଖ୍ୟ ଲେଖା ନିୟନ୍ତ୍ରକ, ସିବିଆଇସି ଭାବେ କାର୍ଯ୍ୟ କରିଥିଲେ, ଯେଉଁଠାରେ କି ସେ ଜିଏସଟି ଲାଗୁହେଲା ପୂର୍ବରୁ ଜିଏସଟି ନେଟୱର୍କ (ଜିଏସଟିଏନ)ର ଲେଖା ପ୍ରକ୍ରିୟା ଓ ପରିଚାଳନାକୁ ଅନ୍ତିମ ରୂପ ପ୍ରଦାନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
ସେ ସରକାରୀ ଆର୍ଥିକ ପ୍ରବନ୍ଧନ ପ୍ରଣାଳୀ (ପିଏଫଏମଏସ) ସହିତ ସିବିଆଇସିର ଆଇଜିଏସଟି ରିଫଣ୍ଡ ଦେୟ ନେଟୱର୍କ ଏକୀକରଣରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ଯାହାକି ଭାରତ ସରକାରଙ୍କ ନିର୍ଣ୍ଣୟର ଅଂଶବିଶେଷ ଭାବେ ସମସ୍ତ ସରକାରୀ ରସିଦ ଓ ଦେୟକୁ ମହାଲେଖା ନିୟନ୍ତ୍ରକ କାର୍ଯ୍ୟାଳୟର ପିଏଫଏମଏସ ପୋର୍ଟାଲ ମାଧ୍ୟମରେ ଡିଜିଟାଲାଇଜେସନ କରିବା ପାଇଁ କରାଯାଇ ଥିଲା ।
Related Stories
December 12, 2024