
କେନ୍ଦ୍ରାପଡ଼ା- କେନ୍ଦ୍ରାପଡା ପୈାରାଂଚଳ ଅଧିନ ୯ ଓ ୧୦ ନମ୍ବର ୱାର୍ଡରେ ଫନି ବାତ୍ୟା ଚୂଡାନ୍ତ ତାଲିକାରେ ପାତର ଅନ୍ତର ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ଏହି ୱାର୍ଡର କ୍ଷତିଗ୍ରସ୍ତ ବାସିନ୍ଦାମାନଙ୍କ କ୍ଷୟକ୍ଷତି ସରଜମିନ୍ ତଦନ୍ତ କରାଯାଇ ପ୍ରାରମ୍ଭିକ ତାଲିକା ପ୍ରକାଶ ପାଇଥିଲା । ଯେଉଁମାନଙ୍କ ପ୍ରକୃତ ଘର ଭାଙ୍ଗି ଯାଇଛି ସେମାନଙ୍କ ନାମ କ୍ଷତିପୂରଣ ପ୍ରଦାନ ଚୂଡାନ୍ତ ତାଲିକାରୁ ବାଦ୍ ଦିଆଯାଇ ଅନ୍ୟ ନାମ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏଭଳି ଅନୀୟମିତତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରକୃତ କ୍ଷତିଗ୍ରସ୍ତ ମାନଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ କୃଷ୍ଣଚନ୍ଦ୍ର ରାଉତ, ବାବୁରାମ ମଲ୍ଲିକ, ବାନାମ୍ବର ମଲ୍ଲିକ, ଧୀର ମଲ୍ଲିକ ପ୍ରମୁଖ କ୍ଷତିଗ୍ରସ୍ତ ୱାର୍ଡବାସିନ୍ଦାମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।