-
ଚା ପ୍ରୟାଗରାଜ-ଭୁବନେଶ୍ୱର ବିମାନ ସେବା ଆରମ୍ଭ
-
ଚା ଉତର-ପୂର୍ବାଂଚଳରେ କାର୍ଯ୍ୟକ୍ଷମ ହେଲା ୬ଟି ବିମାନ ମାର୍ଗ

ନୂଆଦିଲ୍ଲୀ, ଦେଶର ବିମାନ ସେବା ଅପହଞ୍ଚ କ୍ଷେତ୍ରରେ ଲୋକମାନଙ୍କୁ ବିମାନରେ ଉଡ଼ିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ବିଗତ ତିନି ଦିନ ମଧ୍ୟରେ ଉଡ଼ାନ୍ ଯୋଜନାରେ ୨୨ଟି ନୂତନ ମାର୍ଗରେ ବିମାନ ଚଳାଚଳ ସେବାର ଶୁଭାରମ୍ଭ ହୋଇଛି । ଏହିସବୁ ମାର୍ଗ ମଧ୍ୟରେ ସାମିଲ ରହିଛି ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ବିମାନ ମାର୍ଗ । ସେହିପରି ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରରେ ୬ଟି ନୂଆ ମାର୍ଗରେ ବିମାନ ଚଳାଚଳ ଆରମ୍ଭ କରାଯାଇଛି । ଆଜି ମେଘାଳୟର ଶିଲଂରୁ ତ୍ରିପୁରାର ଅଗରତାଲାକୁ ପ୍ରଥମ ସିଧାସଳଖ ବିମାନ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଗତକାଲି ଶିଲଂରୁ ଆସାମର ସିଲଚରକୁ ବିମାନ ସେବା ଆରମ୍ଭ ହୋଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରମାନେ ଏହି ଅବସରରେ ଉପସ୍ଥିତ ଥିଲେ । ଉଡ଼ାନ ଯୋଜନାର ଲକ୍ଷ୍ୟ ହେଉଛି ଦେଶରେ ବିମାନ ମାର୍ଗକୁ ସୁଦୃଢ଼ କରିବା, ଆଞ୍ଚଳିକ ଆକାଶ ମାର୍ଗଗୁଡ଼ିକରେ ଶସ୍ତା, ଆର୍ôଥକ ଦୃଷ୍ଟିରୁ ସୁଲଭ ଏବଂ ଲାଭଜନକ ବିମାନ ଯାତ୍ରାର ସୁବିଧା ପ୍ରଦାନ କରିବା । ଉପରୋକ୍ତ ମାର୍ଗଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦ୍ୱାରା ଯୋଜନାର ଉଦ୍ଦେଶ୍ୟ ସାଧିତ ହୋଇଛି । ଏବେ ସୁଦ୍ଧା, ଉଡ଼ାନ ଯୋଜନା ଅନ୍ତର୍ଗତ ଦେଶର କୋଣଅନୁକୋଣରେ ଥିବା ୩୪୭ଟି ମାର୍ଗରେ, ୫୭ଟି ଆଦୌ କାର୍ଯ୍ୟକ୍ଷମ ହୋଇନଥିବା ଏବଂ ଆଂଶିକ କାର୍ଯ୍ୟକ୍ଷମ ହୋଇଥିବା ବିମାନ ବନ୍ଦର (୫ଟି ହେଲିପୋର୍ଟ+ଦୁଇଟି ଜଳ ଏରୋଡ୍ରମ ସମେତ) ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି ।୨୮ ମାର୍ଚ୍ଚ ୨୦୨୧ରେ, ୧୮ଟି ନୂତନ ମାର୍ଗରେ ଉଡ଼ାନ ଯୋଜନାରେ ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା । କାର୍ଯ୍ୟକ୍ଷମ ହୋଇଥିବା ମାର୍ଗଗୁଡ଼ିକ ହେଲା-ଗୋରଖପୁର (ଉତ୍ତରପ୍ରଦେଶ)ରୁ ଲକ୍ଷ୍ନୌ (ଉତ୍ତରପ୍ରଦେଶ)କୁ ଯାହାକି ରାଜ୍ୟ ସମର୍ôଥତ ଉଡ଼ାନ ମାର୍ଗ, କୁର୍ଣ୍ଣୁଲ (ଆନ୍ଧ୍ର ପ୍ରଦେଶ)ରୁ ବାଙ୍ଗାଲୋର (କର୍ଣ୍ଣାଟକ), ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ଓ ଚେନ୍ନାଇ (ତାମିଲନାଡ଼ୁ)କୁ, ପ୍ରୟାଗରାଜ (ଉତ୍ତର ପ୍ରଦେଶ)ରୁ ଭୁବନେଶ୍ୱର (ଓଡ଼ିଶା) ଏବଂ ଭୋପାଳ (ମଧ୍ୟପ୍ରଦେଶ)କୁ । ଏହାବ୍ୟତୀତ ଦିବ୍ରୁଗଡ଼ (ଆସାମ)ରୁ ଦିମାପୁର (ନାଗାଲାଣ୍ଡ)କୁ ନୂଆ ବିମାନ ଯୋଗାଯୋଗ ସ୍ଥାପନ କରାଯାଇଥିଲା ।ଗତବର୍ଷ ୪ଟି ବିଡିଂ ପ୍ରକ୍ରିୟାରେ ଉଡ଼ାନ ଯୋଜନା ଅନ୍ତର୍ଗତ ଶିଲଂ-ଅଗରତାଲା, ଶିଲଂ-ସିଲଚର, କୁର୍ଣ୍ଣୁଲ-ବାଙ୍ଗାଲୋର, ବିଶାଖାପାଟଣା ଏବଂ ଚେନ୍ନାଇ ମାର୍ଗରେ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ଦାୟିତ୍ୱ ଦିଆଯାଇଥିଲା । ଏହାଛଡ଼ା ଆଗ୍ରାରୁ ବାଙ୍ଗାଲୋରକୁ ଏବଂ ଆଗ୍ରାରୁ ଭୋପାଳକୁ ଉଡ଼ାନ ୩ ଯୋଜନା ଅନ୍ତର୍ଗତ, ପ୍ରୟାଗରାଜରୁ ଭୁବନେଶ୍ୱର ଏବଂ ପ୍ରୟାଗରାଜରୁ ଭୋପାଳକୁ ଉଡ଼ାନ ୨ ଯୋଜନା ଅନ୍ତର୍ଗତ ଏବଂ ଦିବ୍ରୁଗଡ଼ରୁ ଦିମାପୁରକୁ ଉଡ଼ାନ ୩ ବି
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO