
ଭଦ୍ରକ,ମୋଦି ସରକାର ଆଣିଥିବା ଚାଷୀ ବିରୋଧୀକୁ ୩ଟିକୃଷି ଆଇନଗୁଡିକୁ ବାତିଲ କରିବା କୃଷିଯାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟକୁ ସରକାରୀ ମାନ୍ୟତା, ଅତ୍ୟାବଶକୀୟ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡକୁ ବାତିଲ କରିବା ଦାବୀରେ ସଂଯୁକ୍ତ କିଷାନ ମୋର୍ଚା ଓ ଅଖିଳ ଭାରତ କୃଷକ ସଂଘ ସହ ସମନ୍ନୟ ସମିତି ପକ୍ଷରୁ ଧାମରା ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ କର୍ମୀମାନେ ଧାରଣାରେ ବସି ରହି ପିକେଟିଂ କରିଥିଲେ । ଧାମରା ବଜାର ,କଇଥଖୋଲା ବଜାର,ଦୋସିଙ୍ଗା ବଜାର ଆଦି ବନ୍ଦ ରହିଥିଲା । ଏହି ବନ୍ଦ ଆନେ୍ଦାଳନରେ ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ ନେତା ବିକାଶ ନାଥ, କୃଷକ ମୋର୍ଚାର ଅନ୍ୟତମ ନେତା ମଳୟ ଭୋଇ ସିଆଟିୟୁ ନେତା କାର୍ତିକ ଖିଲାର ଶ୍ରମିକ ନେତା ତାରାକାନ୍ତ ସେଠୀ, କାଳନ୍ଦୀ ଜ୍ୟୋତି, ଶଙ୍କର୍ଷଣ ବିଶ୍ୱାଳ ପ୍ରମୁଖ ନେତୃତ୍ୱ ନେଇଥିଲେ ।ଧାମରାର କିଛି ସ୍ଥାନରେ ବ୍ୟବସାୟୀ ମାନେ ସ୍ୱତସ୍ପୃତ ଭାବେ ସେମାନଙ୍କ ବ୍ୟବସାୟ ପ୍ରତିÂାନ ବନ୍ଦ ରଖିଥିଲେ । ଏହି ବନ୍ଦକୁ ଧାମରା ଅଂଚଳରେ ଅଦ୍ଭୁତପୂର୍ବ ସମର୍ଥନ ମିଳିଥିବାରୁ ସଂଯୁକ୍ତ କୃଷକ ମୋର୍ଚା ପକ୍ଷରୁ ଧାମରା ବାସୀଙ୍କୁ ଧନ୍ୟବାଦ ଦିଆଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO