-
-ହାଇକୋର୍ଟର ଦ୍ୱାରସ୍ଥ ହେବ କଂଗ୍ରେସ

ଭୁବନେଶ୍ୱର,ବହୁ ଚର୍ଚ୍ଚିତ ମାସ୍କ ଓ ଅନ୍ୟାନ୍ୟ କୋଭିଡ୍ ସାମଗ୍ରୀ କିଣାରେ ଦୁର୍ନିତୀ ମାମଲାରେ ଆଜି ଲୋକାୟୁକ୍ତର ତିନି ଜଣିଆ ଖଣ୍ଡପୀଠ ବିଚାର କରି ଚୁଡାନ୍ତ ରାୟ ଶୁଣାଇଛନ୍ତି । ଭିଜିଲାନ୍ସ ଦ୍ୱାରା ଦାଖଲ ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରି କିଣାର ଦୁର୍ନିତି ହେବାର ପ୍ରମାଣ ନଥିବା ଉଲ୍ଲେଖ କରି ଲୋକାୟୁକ୍ତ ଏହାକୁ ଖାରଜ କରି ଦେଇଛନ୍ତି । ମାତ୍ର ଭିଜିଲାନ୍ସର ରିପୋର୍ଟକୁ ସାର୍ବଜନୀନ ନକରି, ଏପରିକି ଆବେଦନକାରୀଙ୍କୁ ନଦେଖାଇ ଏବଂ ତାର ସତ୍ୟତା ଉପରେ ଅନୁସନ୍ଧାନ ନକରି ଲୋକାୟୁକ୍ତଙ୍କ ଏହି ନିଷ୍ପତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଆବେଦନକାରୀ ତଥା କଂଗ୍ରେସର ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ । ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ହାଇକୋର୍ଟରେ ଏହି ନିଷ୍ପତି ବିରୋଧରେ ଅପିଲ କରାଯିବ ବୋଲି ଶ୍ରୀ ସୁଦର୍ଶନ ଦାସ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉକି କରୋନା ମାହାମାରୀ ସମୟରେ ରାଜ୍ୟ ସରକାରଙ୍କର ରାଜ୍ୟ ଔଷଧ ନିଗମ ଦ୍ୱାରା ମାସ୍କ, ପି.ପି.ଇ କିଟ୍, ଆର୍.ଟି.ପି.ସି.ଆର ମେସିନ, ଟେଷ୍ଟିଂ କିଟ୍, ନେବୁଲାଇଜର ଇତ୍ୟାଦି ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ କରି ଆବେଦନ କାରୀ ଶ୍ରୀ ସୁଦର୍ଶନ ଦାସ ଗତବର୍ଷ ଜୁନ ୧୭ ତାରିଖରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକୁ ଗ୍ରହଣ କରିଲୋକୟୁକ୍ତ ୮ଥର ଏହା ଉପରେ ଶୁଣାଣି କରିଥିଲେ ।
ଲୋକାୟୁକ୍ତର ଅଧ୍ୟକ୍ଷ ନ୍ୟାୟମୂର୍ତୀତ୍ତଶ୍ରୀ ଅଜିତ ସିଂ, ନ୍ୟାୟମୂର୍ତୀ ବିଜୟ କୁମାର ନାୟକ ଓ ଏକ୍ସପର୍ଟ ସଦସ୍ୟ ଡ: ଦେବବ୍ରତ ସ୍ୱାଇଁ ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପିଠ ଆଜିର ଏହି ଶୁଣାଣୀରେ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO