-
ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରା ଯାଉ

ଭୁୁବନେଶ୍ୱର, ମହାତ୍ନା ଗାନ୍ଧୀଙ୍କର ଓଡିଶା ଆଗମନର ଶହେ ବର୍ଷ ପୂର୍ତି ଅବସରରେ ଆଜି ବିଧାନସଭାରେ ପ୍ରଥମାର୍ଧ ବୈଠକରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାକୁ ନେଇ ଏକ ସଂକଳ୍ପ ଆଗତ କରିଥିଲେ ଓ ଏହା ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଆଲୋଚନା ପରେ ସଂକଳ୍ପ ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇ ଯାଇଛି । ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ପାଇଁ ଏହି ସଂକଳ୍ପ ଅଣା ଯାଇଥିଲା । ଏହା ଉପରେ ଆଲୋଚନା ପାଇଁ ଆଜି ପ୍ରଥମାର୍ଧ ବୈଠକରେ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରା ଯାଇଥିଲା ।
ପ୍ରସ୍ତାବ ଆଗତ କରି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କର ଓଡିଶା ସହିତ ବହୁତ ନିବିଡ ସମ୍ପର୍କ ରହିଥିଲା । ଆଜିର ସମାଜରେ ଅହିଂସା ଆମ ସମସ୍ତଙ୍କ ପାଇଁ ଆଦର୍ଶ ହେବା ଆବଶ୍ୟକ । ଏହା ଦ୍ୱାରା ଶାନ୍ତି ପ୍ରତିଷ୍ଠା ସମ୍ଭବ ହେବ ଓ ଏହା ପ୍ରଗତିର ମୂଳାଧାର ହେବ । ମହାତ୍ମା ଗାନ୍ଧୀଙ୍କର ଏହି ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ବର୍ଷ ବ୍ୟାପି ଓଡିଶା ଆଗମନର ଶତବାର୍ଷିକୀ ମହାସମାରୋହରେ ପାଳନ କରା ଯିବ ବୋଲି ନୀତିଗତ ନିଷ୍ପତି ନିଆ ଯାଇଛି । ତେଣୁ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରା ଗଲେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଂଜଳି ହେବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO