
ଭୁବନେଶ୍ୱର, ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶାରେ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡ଼ାକ୍ତରମାନେ ଆସନ୍ତାକାଲି ଠାରୁ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଧାରଣା ଦେବେ । ବାରମ୍ବାର ସ୍ଥାୟୀ ଚାକିରୀ ପାଇଁ ସରକାରଙ୍କ ପାଖରେ ଦାବି ହେବା ପରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଥମେ ଆନ୍ତଃମନ୍ତ୍ରୀ କମିଟି ତାଲିକାରେ ଆୟୁଷ ଡାକ୍ତରମାନଙ୍କ ଚାକିରୀ ସ୍ଥାୟୀକରଣ ସ୍ଥାନ ପାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଅଫିସ୍ ଚାକିରୀ ଓପିଏସି ପରୀକ୍ଷା ବଦଳରେ ଏକକାଳୀନ ସ୍ଥାୟୀ ନିଯୁକ୍ତି କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇ ଓପିଏସ୍ ପରୀକ୍ଷା ବଦଳି ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ଏଯାବତ ସ୍ଥାୟୀ ଚାକିରୀ ଫାଇଲ୍ ଅର୍ଥ ବିଭାଗର ଅନୁମୋଦନ ପାଇଁ ଯାଇନାହିଁ । ସରକାର ଯଦି ତୁରନ୍ତ ସ୍ଥାୟୀ ନିଯୁକ୍ତି ନଦିଅନ୍ତି ତେବେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସଂଘର ସଭାପତି ଡ଼ାକ୍ତର ଜ୍ୟୋତିରଞ୍ଜନ ଗାହାଣ, ଉପସଭାପତି ଡ଼ାକ୍ତର ପାର୍ଥସାରଥୀ ଦାସ, ସାଧାରଣ ସମ୍ପାଦକ ଡା. ପ୍ରଭାକର ଦାସ, ସହ ସମ୍ପାଦକ ଡା. ଉମାକାନ୍ତ ରଣା ଚେତାବନୀ ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO