
ଭଦ୍ରକ- ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ଈଶ୍ବରପୁର ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ େଯøତୁକ ନିର୍ଯ୍ୟାତନା ଜନିତ ମାନସିକ ଓ ଶାରୀରିକ ଯନ୍ରଣା ଦେବା ଅଭିେଯାଗରେ ଗିରଫ ହୋଇଥିବାର ସୂଚନା ମିଳିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବିଲଣା ପଂଚାୟତ ଅଧୀନ ଲଂଜାତରା ଗ୍ରାମର ରତିକାନ୍ତ ଦାସଙ୍କ କନ୍ୟା ଗୀତାଞ୍ଜଳି (୨୨) ଗତ ୨୦୧୩ ମସିହାରେ ସୁଧୀର ମଳିକଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ନଗଦ ଅର୍ଥ, ଆସବାବ ପତ୍ର ଓ ସ୍ବର୍ଣ୍ଣାଳଙ୍କାର ପ୍ରଦାନ କରାଯାଇଥିଲା। ମାତ୍ର ବିବାହର କିଛିଦିନ ପରେ ସ୍ବାମୀ ସୁଧୀର ଅଧିକ େଯøତୁକ ଦାବିରେ ନିର୍ଯ୍ୟାତନା ଦେଇଥିଲା। ଗୀତାଞ୍ଜଳିଙ୍କର ୨ଟି ସନ୍ତାନ ଥିବାବେଳେ ଗତ ୧୨ ତାରିଖ ଦିନ ପୂର୍ବାହ୍ନରେ ସେ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିସôା ପାଇଁ ଆସିଥିବାବେଳେ ସୁଧୀର ତାଙ୍କୁ ମାଡ ମାରିବା ସହିତ ହତ୍ୟା ଧମକ ଦେଇଥିଲେ। ଫଳରେ ଗୀତାଞ୍ଜଳିଙ୍କ ଅଭିେଯାଗ କ୍ରମେ ଥାନାରେ କେଶ୍ ନଂ ୪୪୦/୧୯, ଦଫା ୪୯୮ (କ) / ୩୨୩ / ୫୦୬ / ୩୦୭ ଆଇପିସିରେ ମାମଲା ରୁଜୁ ହୋଇ ପୁଲିସ୍ ସୁଧୀରକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି।