
ଭଦ୍ରକ – ଏହି ଜିଲାର ମଂଜୁରୀରୋଡ ରେଳଷ୍ଟେସନ ଦକ୍ଷିଣ କେବିନ୍ ନିକଟ ରେଳଧାରଣା ପାଶ୍ର୍ବରୁ ଉଦ୍ଧାର ହୋଇଥିବା ମୃତଦେହକୁ ଜିଆରପି ପୋଲିସ୍ ଚିହ୍ନଟ କରିଛି। ପଶ୍ଚିମବଙ୍ଗ ଉର ବିନାକରପୁର ଜିଲା ଜପୁଲିଆ ଥାନା ମନୋଡା ଗ୍ରାମର ସୁବଳ ବାସ୍କୋ (୧୮) ଙ୍କର ଏହା ମୃତଦେହ ଅଟେ। ଗତ ଶନିବାର ଅପରାହ୍ନରେ ସେ ବିବେକ ଏକ୍ସପ୍ରେସ୍ େଯାଗେ କେରଳକୁ କାମ କରିବାକୁ ଯାଉଥିବାବେଳେ ମଂଜୁରୀ ରୋଡ୍ ରେଳଷ୍ଟେସନ ନିକଟରେ ଅସାବଧାନତାରୁ ଖସି ପଡିଥିଲେ। ଜିଆରପି ଏଏସ୍ଆଇ ଉମାକାନ୍ତ ମହାଳିକ ତାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।