
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ 10.25ରେ ଭର୍ଚୁଆଲ ମାଧ୍ୟମରେ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ଏବଂ ଏହି ସମାରୋହକୁ ସମ୍ବୋଧିତ କରିବେ। ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତା ପୁସ୍ତକର 5 ଲକ୍ଷତମ କପି ବିକ୍ରି ହେବା ଅବସରକୁ ପାଳନ କରିବା ସକାଶେ ଏହି ସମାରୋହର ଆୟୋଜନ କରାଯାଉଛି।
ସ୍ୱାମୀ ଚିଦଭବାନନ୍ଦଜୀ ହେଉଛନ୍ତି ତାମିଲନାଡ଼ୁର ତିରୁଚିରାପଲ୍ଲିସ୍ଥିତ ତିରୁପ୍ପାରାଇତୁରାଇ ଠାରେ ଥିବା ଶ୍ରୀ ରାମକୃଷ୍ଣ ତପୋବନମ ଆଶ୍ରମର ପ୍ରତିଷ୍ଠାତା। ସ୍ୱାମୀଜୀ 186ଟି ପୁସ୍ତକ ଏବଂ ସମସ୍ତ ପ୍ରକାରର ସାହିତ୍ୟ କୃତି ରଚନା କରିଛନ୍ତି। ତାଙ୍କର ବ୍ୟାଖ୍ୟାନ ଉପରେ ଗୀତାର ତାମିଲ ସଂସ୍କରଣ 1951ରେ ପ୍ରକାଶିତ ହୋଇଥିଲା, ଏହାର ଇଂରାଜୀ ସଂସ୍କରଣ 1965ରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ କାଳରେ ଭକ୍ତମାନେ ତେଲୁଗୁ, ଓଡ଼ିଆ, ଜର୍ମାନ ଏବଂ ଜାପାନୀଜ ଭାଷାରେ ଏହାର ଅନୁବାଦ କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO