
ମାଲକାନଗିରି, ମାଲକାନଗିରି ଜିଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଭୁକ୍ତ ରାଜଲକୋଣ୍ଡା ବନ ସଂରକ୍ଷଣ ସମିତି ଠାରେ ବିଶ୍ୱ ବନ୍ୟପ୍ରାଣୀ ଦିବସ-୨୦୨୧ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲା ବନଖଣ୍ଡ ଅଧିକାରୀ ପ୍ରଦୀପ ମୀରାସେ ଯୋଗ ଦେବା ସହିତ ସଂମ୍ମାନିତ ଅତିଥି ଭାବରେ ସହକାରୀ ବନ ଅଧିକାରୀ ଶ୍ରୀକାନ୍ତ ନାୟକ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ ଓ ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠି ଯୋଗ ଦେଇଥିଲେ। ଚିତ୍ରକୋଣ୍ଡା ବନାଞ୍ଚଳ ଅଧୀନ ବହୁ ବନପାଳ, ବନରକ୍ଷୀ , ୱାଲଡଲାଇଫ କର୍ମଚାରୀ ଓ ବିଭିର୍ନ ବନ ସଂରକ୍ଷଣ ସମିତି ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ରାଜଲକୋଣ୍ଡା ବନ ସଂରକ୍ଷଣ ସମିତି କୁ ଶ୍ରେଷ୍ଠ ବୃକ୍ଷ ରୋପଣ -୨୦୨୦ ଭାବରେ ମନୋନୀତ କରାଯାଇ ମାନ ପତ୍ର ସହ କୋଡିଏ ହଜାର ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲ ବନ୍ୟପ୍ରାଣୀ ଶିକାର ଓ ଜଙ୍ଗଲ ମାନଙ୍କରେ ନିଆଁ ନଲାଗିବା ସେଥିପାଇଁ ସଜାଗ ରହିବା ତଥା ନିଆଁକୁ ରୋକାଯାଇ ନିୟନ୍ତ୍ରଣ କରାଯାଇ ଆୟତ୍ତ କରିବା ଓ ନିରାକରଣ କରାଯିବା ସମ୍ପର୍କରେ ସଚେତନ କରାଯାଇଥିଲା। ଉଭୟ ଜଙ୍ଗଲ ବନ୍ୟ ଜନ୍ତୁ ଶିକାର ଓ ଅଗ୍ନି ନିୟନ୍ତ୍ରଣ କୁ ମୂଳରୁ ରୋକିବାକୁ ଉପସ୍ଥିତ ସମସ୍ତ ସଦସ୍ୟ ଶପଥ ଗ୍ରହଣ କରିଥିଲେ। ସେହିଭଳି ଭାବରେ ଅତିଥିମାନେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧୀନ ରାଜଲକୋଣ୍ଡା ଏବଂ ଟେମ୍ପରାରି କଲୋନୀ ଗ୍ରାମ ଠାରେ ନୃତନ ଭାବେ ନିର୍ମାଣ କରାଯାଇଥିବା ଆମ ଜଙ୍ଗଲ ଯୋଜନା ସଭାଗୃହକୁ ଉ ଦଘାଟନ କରିଥିଲେ । ପରିଶେଷରେ ଅତିଥି ମାନେ ବଡ଼ପଦର ପଞ୍ଚାୟତ ପାବିଲିଗୁଡାଗ୍ରାମରେ ଦି ଆଯାଇଥିବା ଲୌହ ଅଂଶ ଅପସାରଣ କାରି ଯନ୍ତ୍ରରେ ସଫା ପାଣି ଜନସାଧାରଣ ପିଇବା ଉପଯୋଗୀ ନିମନ୍ତେ ମାନ ପରୀକ୍ଷା କରିଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO