
ଗଞାମ ,ଆଜି ଆସିକା ବ୍ଳକ କୃଷି ବିଭାଗ ପକ୍ଷରୁ ଆୟୋଜିତ ହୋଇ ଯାଇଛି କୃଷି ରଥ କାର୍ଯ୍ୟକ୍ରମ।ଉକ୍ତ କାର୍ଯ୍ୟକ୍ରମ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ଦ୍ବାର ଉଦଘାଟିତ ହୋଇଥିବା ବେଳେ ବହୁ ଚାଷି ଓ କୃଷିପ୍ରେମୀ ଉପସ୍ଥିତ ଥିଲେ।ଅନ୍ୟତମ ଅତିଥି ରୂପେ ବିଜେଡି ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ବାଇଁ,ଆସିକା ବ୍ଳକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ବିଡିଓ ରୋଶନ କୁମାର ଶତପଥି ଯୋଗଦେଇଥିଲେ ।।କୃଷି ଅଧିକାରୀ ବସନ୍ତ କୁମାର ଦେ ଙ୍କ ନେତୃତ୍ବରେ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଏକ ସପ୍ତାହବ୍ୟାପୀ ଅଠର ଗୋଟି ପଞ୍ଚାୟତକୁ ପରିଭ୍ରମଣ କରିବ କୃଷି ରଥ।କୃଷକ ମାନଙ୍କ ମଧ୍ୟରେ ଚାଷକାମ ପ୍ରତି ଆଗ୍ରହ ଓ ଉଦ୍ଦିପନା ସୃଷ୍ଟି କରିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଥପ୍ରାନ୍ତ ନାଟକ ଓ ଲୋକଗୀତ ମାଧ୍ୟମରେ କୃଷିରଥ ଦ୍ବାରା ବିଭିନ୍ନ କୃଷି ସମ୍ବନ୍ଧିୟ ତଥ୍ୟ ଚାଷୀମାନଙ୍କୁ ଅବଗତ କରାଇବା ଏହି କୃଷିରଥର ଉଦ୍ଦ୍ୟେଶ ବୋଲି ସୂଚନା ଦେଇଛନ୍ତି କୃଷି ଅଧିକାରୀ ଶ୍ରୀ ଦେ।ସରକାରଙ୍କର ବିଭିନ୍ନ କୃଷି ସମ୍ପର୍କିତ ଯୋଜନା କିଭଳି ସମସ୍ତ ଚାଷୀଭାଇ ମାନଙ୍କ ପାଖରେ ପହଁଞ୍ଚି ପାରିବ ଏବଂ କୃଷକ ମାନଙ୍କ ମଧ୍ୟରେ ଚାଷ କାମ ପାଇଁ ଆଗ୍ରହ ବଢିବ ସେଥିପ୍ରତି ଦୃଷ୍ଟିଦେଇ ଲୋକଗୀତ ଓ ନୃତ୍ୟ ମାଧ୍ୟମରେ କୃଷିରଥ ପରିଭ୍ରମଣର ଲକ୍ଷ୍ୟ ବୋଲି ସ୍ଥାନୀୟ ବିଡିଓ ରୋଶନ କୁମାର ସତପଥି କହିଛନ୍ତି।ସମସ୍ତ କୃଷି ବିଭାଗୀୟ ଅଧିକାରୀ ସମେତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ଶ୍ରୀ ଦୀପକ କୁମାର ନାୟକ,ମୁଖ୍ଯାଳୟ ସହକାରୀ କୃଷି ଅଧିକାରୀ ସିତାଂଶୁ କୁମାର ମଲ୍ଲିକ, ଶ୍ରୀମତୀ ସୁଭ୍ରତା ମିଶ୍ର, ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀମତୀ ଧରିତ୍ରୀ ପାଢ଼ୀ, ସୁଶ୍ରୀ ନିରୀମା ବେହେରା, ଶ୍ରୀ ଅଶୋକ କୁମାର ବେହେରା, ଶ୍ରୀ ଦଣ୍ଡେଶ୍ୱର ପରିଡ଼ା, ଶ୍ରୀ ଅନିଲ କୁମାର ଆରୁଖଙ୍କ ସମେତ ଆତ୍ମା କର୍ମଚାରୀ ଶ୍ରୀ ଅରୁଣ କୁମାର ପରିଡ଼ା, ଶ୍ରୀ ଚିନ୍ମୟ ରଞ୍ଜନ ମିଶ୍ର, ଶ୍ରୀ ଅରୁଣ କୁମାର ପରିଡ଼ା ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO