
ମାଲକାନଗିରି, ମାଲକାନଗିରି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ କାୟାକଳ୍ପ ର ରାଜ୍ୟସ୍ତରୀୟ ଟିମର ଗ୍ରସ୍ତ କରିଛନ୍ତି। କେନ୍ଦ୍ରୀୟ ଯୋଜନା କାୟାକଳ୍ପର ସମୀକ୍ଷା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ସ୍ବତନ୍ତ୍ର ଟିମ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ ପରିଦର୍ଶନ କରିଛନ୍ତି।ଏହି ଟିମ ସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ସ୍ୱଚ୍ଛତା ପରଖିଛନ୍ତି। ଟିମ ଗ୍ରସ୍ତକୁ ଦୃଷ୍ଟିରେ ରଖି ପ୍ରାୟ ୩ ମାସ ଧରି ଡାକ୍ତରଖାନା କତୃପକ୍ଷ ମେଡ଼ିକାଲକୁ ନୂଆ କଳେବର ରୁପଦେବାରେ ଲାଗି ପଡ଼ିଥିଲେ। କାୟାକଳ୍ପ ପାଇଁ ରାଜ୍ୟରୁ ଆସିଥିବା ଟିମରେ ମୁ ଖ୍ୟ ଶିଶୁରୋଗ ବିଶେଷଜ୍ଞ ଡା.ଆଦିତ୍ୟ ମହାପାତ୍ର, ଡ଼ା.ଆଶୁତୋଷ ପାଢ଼ୀ,ପ୍ରଶାନ୍ତ କୁମାର ଦାସ ସାମିଲ ହୋଇଥିଲେ। ଉକ୍ତ ଟିମ ବର୍ଯ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥା, ସଂକ୍ରମଣ ନିୟନ୍ତ୍ରଣ, ବୃକ୍ଷରୋପଣ, ନିରାମୟ ଯୋଜନାରେ ଔଷଧ ବିତରଣ, ମ୍ୟାଲେରିଆ ନିରାକରଣ, ନିଦାନ କାର୍ଯ୍ୟକ୍ରମ, ଡାକ୍ତରଖାନା ପରିସର, ରୋଷେଇ ଗୃହ, ଆବର୍ଜନା ନଷ୍ଟ ପାଇଁ ଉଦ୍ଦିଷ୍ଟ ଡଷ୍ଟବିନ, ପୁରୁଷ ଓ ମହିଳା ୱାର୍ଡ ସେବା ସବୁ ବୁଲିଦେଖିଥିଲେ।ପରେ ଚିକିତ୍ସାରେ ସେବା ଓ ନଥି ପତ୍ର ପରିଚାଳନା ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ବୁଲି ବୁଲି ପରିଦର୍ଶନ କରିଥିଲେ। ଏହି ସମୟରେ ଏଡିଏମ୍ ଡ଼ା.ଅନିଲ କୁମାର ମିଶ୍ର, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଅଧକ୍ଷ ଡାକ୍ତର କ୍ଷୀରୋଦ ଚନ୍ଦ୍ର ମହନ୍ତ, ଗାଁ କଲ୍ୟାଣ ସମିତିର ସଚିନଦେବ ଗୌଡ଼, ୟୂନିସେଫର ନିହାର ରଞ୍ଜନ ଜେନା, ଡି ପିଏମ୍ ବନବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟିମ୍ ସ୍ଵତନ୍ତ୍ର ମାତୃଶିଶୁ ଏବଂ ମା ଗୃହକୁ ଯାଇ ସେଠାରେ ଗର୍ଭବତୀ ଓ ପ୍ରସ୍ତୁତିଙ୍କ ଚିକିତ୍ସାରେ ପ୍ରାଧାନ୍ୟ ଦିଆଯାଉଛି କି ନାହିଁ ପଚାରି ବୁଝିଥିଲେ। ସମୀକ୍ଷା ପରେ ଟିମର ସଦସ୍ୟ ମାନେ ମେଡ଼ିକାଲର ପରିବେଶ ଓ ସ୍ବାସ୍ଥ୍ୟସେବା ଉପରେ ସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡ଼ା.ଦୀପକ କୁମାର ନାୟକ, ଡ଼ା.ମୃଗାଙ୍ଗ ହାୱାଲ୍ଡ଼ାର, ଡ଼ା.ମୌସୁମୀ ବିଶ୍ୱାସ, ରାଜେନ୍ଦ୍ର ପ୍ରସାଦ ଦାସ,ଷ୍ଟାଫ ନର୍ସ,ଫାର୍ମାସିଷ୍ଟ,ଏଲଟି,ସଫେଇ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ଏହି ଟିମ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO