
ମାଲକାନଗିରି, ମାଲକାନଗିରି ଜିଲା ଚିତ୍ରକୋଣ୍ଡାବ୍ଲକ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଅନିବିରିଡ଼ା ଗ୍ରାମବାସି ଏବେ ବି ସରକାରୀ ସୁବିଧାରୁ ବଞ୍ଚିତ। ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଏହି ଅନିବିରିଡ଼ା ଗାଁଟିରେ ଓଡିଶାର ୩୧ ଗୋଟି ଆଦିବାସୀ ପରିବାର ରହୁଥିବା ବେଳେ ନବେ ପ୍ରତିଶତ ଲୋକେ ତେଲୁଗୁ ଭାଷାରେ କଥା ବାର୍ତ୍ତା କରନ୍ତି। ଆନ୍ଧ୍ର ପ୍ରଦେଶର ସୀମାନ୍ତ ଗାଁ ଜନ୍ତୁରାଇ ଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି ସୀମାନ୍ତ ଗାଁ ଅନିବିରିଡ଼ା । ସାତ ଦଶନ୍ଧି ଧରି ଏହି ଗ୍ରାମ ବାସି ରହି ଆସୁଥିଲେ ମଧ୍ୟ ସେମାନଙ୍କ ପାଖରେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ ମୋଳିକ ସୁବିଧା!ଉକ୍ତ ଗ୍ରାମକୁ ରାସ୍ତା ନା ଅଛି ପାନୀୟ ଜଳ ସୁବିଧା ନା ଅଛି ପିଲା ପାଠ ପଢିବାକୁ ବିଦ୍ୟାଳୟ। ପାଦ ଚଲା ରାସ୍ତାରେ ଯିବା ଆସିବା କରିବା, ଚୁଆ ପାଣି କୁ ଭରଷା କରି ଛାଣି ପିଇବା ଓ ବହୁ ପିଲା ବିଦ୍ୟାଳୟ ଅଭାବରୁ ପାଠ ନପଢିବା ଭିତରେ ଆଜି ଯାଏଁ ପାହାଡ଼ ଜଙ୍ଗଲ ଭିତରେ କଟିଗଲାଣି ଅନିବିରିଡ଼ା ଗ୍ରାମବାସିଙ୍କ ଜୀବନ! ଗ୍ରାମକୁ ରାସ୍ତା ସଂଯୋଗ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସମସ୍ୟା ନେଇ ଗତ ୨୯.୧୨.୨୦୨୦ ରିଖରେ ମାଲକାନଗିରି ଜିଲାପାଳଙ୍କୁ ଭେଟି ଦରଖାସ୍ତ କରିଥିଲେ। କିନ୍ତୁ ଆଜି ଯାଏଁ ସେମାନଙ୍କ ସମସ୍ୟାର ସମାଧାନ ନହେବାରୁ ପୁନର୍ବାର ଅନିବିରିଡ଼ା ଗ୍ରାମବାସି ଚିତ୍ରକୋଣ୍ଡା ବିଡ଼ିଓ ଟି. ପଦ୍ମନାଭ ଦୋରାଙ୍କୁ ଭେଟି ଜିଲାପାଳଙ୍କୁ ଦେଇଥିବା ଦରଖାସ୍ତ ଦେଖାଇ ନିଜ ଗାଁ ସମସ୍ୟା ଜଣାଇଥିଲେ। ଓଡିଶା ସୀମାନ୍ତ ଗାଁ ସିଙ୍ଗାବାରାମ ପର୍ଯ୍ୟନ୍ତ ରାସ୍ତା ଫିଟି ଗଲାଣି ସିଙ୍ଗାବାରାମ ଠାରୁ ଅନିବିରିଡ଼ା ଗ୍ରାମ ମାତ୍ର ପାଞ୍ଚ କିଲୋମିଟର ଗ୍ରାମକୁ ଗମନା ଗମନ ପାଇଁ ପ୍ରଥମେ ମାଟି ରାସ୍ତା ଫିଟାଇବାକୁ ଅନୁରୋଧ କରିବାସହ ଚୁଆ ପାଣି ପିଇ ଜୀବନ ବିତାଉଛନ୍ତି ତୁରନ୍ତ ପାନୀୟ ଜଳ ସୁବିଧା କରାଇବାକୁ, ପିଲା ମାନେ ପାଠ ପଢିବା ପାଇଁ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଜଣାଇ ଥିଲେ। ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନେବାକୁ ବିଡ଼ିଓ ଶ୍ରୀ ଦୋରା ପ୍ରତିଶୃତି ଦେଇ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO