
ଭୁବନେଶ୍ୱର, ଆଜି (ଶୁକ୍ରବାର) ବ୍ୟବସାୟ ସଂଘ ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି । କନଫରଡେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡରସ୍ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ଦେଶରେ ଥିବା ୪୦ ହଜାର ଟ୍ରେଡ୍ ଆସୋସିଏସନ ସମର୍ଥନ ଘୋଷଣା କରିଛନ୍ତି ।
ସେହିପରି ଜିଏସଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ôଥକ ଓ ମାନସିକ ସ୍ତରରେ ଅତିଷ୍ଠ ହୋଇସାରିଲେଣି । ତା ଛଡ଼ା ଜିଏସଟି ଆଇନ ଯୋଗୁଁ ବ୍ୟବସାୟ କରିବା ମୁସ୍କିଲ ହୋଇପଡ଼ିଲାଣି ବୋଲି କଟକ ନଗର ମହାସଂଘ କହିଛି । କଟକ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମହାସଂଘ ବନ୍ଦ ଡାକରାକୁ ସମର୍ଥନ କରିବାକୁ ନିଷ୍ପତି ନେଇଛି କଟକ ବ୍ୟବସାୟୀ ସଂଘ ।
ଏହାବାଦ ସର୍ବଭାରତୀୟ ପରିବହନ କଲ୍ୟାଣ ଆସୋସିଏସନ ମଧ୍ୟ ବନ୍ଦରେ ସାମିଲ ହେବ । ସେମାନେ ସମଗ୍ର ଦେଶରେ ଚକା ଜାମ କରିବେ । ଏହାର ଅର୍ଥ ଆସନ୍ତାକାଲି ଗାଡ଼ି ମୋଟର ମଧ୍ୟ ଚାଲିବ ନାହିଁ । ସେହିପରି ଦୋକାନ ବଜାର ମଧ୍ୟ ଖୋଲିବ ନାହିଁ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO