
ମାଲକାନଗିରି,ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୯ ଗୋଟି ପଞ୍ଚାୟତ ର ୧୦୦୦ରୁ ଉର୍ଦ୍ଧ ଗ୍ରାମବାସୀ ଚିତ୍ରକୋଣ୍ଡା ତହସିଲ କାର୍ଯ୍ୟାଳୟ ପହଞ୍ଚି ଏକ ଦାବିପତ୍ର ତହସିଲଦାର ଟି ପଦ୍ମନାଭ ଦୋରାଙ୍କୁ ଦେଇଥିଲେ।ଚିତ୍ରକୋଣ୍ଡା ବ୍ଲକର ୯ ଗୋଟି ପଞ୍ଚାୟତ ବଡ଼ପଦର, ବଡ଼ପଡା, ଦୋରାଗୁଡା, ନୂଆଗୁଡା, ପାପଲୁର, କୁର୍ମାନୁର, ଟନେଲ କ୍ୟାମ୍ପ, ଚିତ୍ରକୋଣ୍ଡା, ଗୁଣ୍ଠାବେଢାରେ ବସବାସ କରୁଥିବା ଗ୍ରାମବାସୀ ଚିତ୍ରକୋଣ୍ଡା ତହସିଲଦାରଙ୍କୁ ଭେଟି ତୁରନ୍ତ ଚିତ୍ରକୋଣ୍ଡା ଫାର୍ମ ଜମିକୁ ଜବରଦଖଲ କରି ରଖିଥିବା ସ୍ୱାଭିମାନ ଅଞ୍ଚଳ ର ଲୋକଙ୍କ ଠାରୁ ତୁରନ୍ତ ମୁକ୍ତ କରାଯାଉ ନଚେତ ଆମେ ୯ ଗୋଟି ପଞ୍ଚାୟତ ର ହଜାର ହଜାର ଲୋକ ଆସି ଚିତ୍ରକୋଣ୍ଡା ଫାର୍ମରେ ବାକି ଥିବା ଜାଗା ଦଖଲ କରିବୁ ବୋଲି କହିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେମାନଙ୍କ କହିବାନୁଯାୟୀ ଅନେକ ଦିନ ହେଲା ମଜୁରୀଆ ଭାବେ ଏହି ଫଳ ଉଦ୍ୟାନରେ ମଜୁରୀ ଖଟି ବହୁ ପରିବାର ଜୀବନ ଜୀବିକା ପ୍ରତି ପୋଷଣ କରୁଛନ୍ତି। କିଛିଦିନ ତଳେ ଓଡିଶା ଦକ୍ଷତା ବିକାଶ ବୋର୍ଡର ସଭାପତି ସୁବ୍ରତ ବାଗଚି ଓ କୃଷି ଉନ୍ନୟନ ବିଭାଗ ପ୍ରିନ୍ସପାଳ ସେକେରେଟରୀ ସୌରଭ ଗର୍ଜ ଚିତ୍ରକୋଣ୍ଡା ଫାର୍ମ ଠାରେ ଏକ ତାଲିମ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ୨୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ଲୋକ ଯଦି ଏଭଳି ଭାବରେ ଫଳ ଉଦ୍ୟାନକୁ କଵଜ଼ା କରି ରଖିବେ ତାହେଲେ ଏଠାରେ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇ ପାରିବ ନାହିଁ ତେଣୁ ତୁରନ୍ତ ସେମାନକୁ ସେଠାରୁ ହଟାଇବା ବନ୍ଦୋବସ୍ତ କରାଯାଉ। ଗତ ୫ତାରିଖ ଦିନ ସ୍ୱାଭିମାନ ଅଂଚଳରେ ବସବାସ କରୁଥିବା ପ୍ରାୟ ୮୫ ପରିବାର ଚିତ୍ରକୋଣ୍ଡା ଫଳ ଉଦ୍ୟାନ ଠାରେ ଜାଗା ସଫା କରି ଏଠାରେ ଆମେ ପୂର୍ବରୁ ରହିଥିଲୁ, ଆମକୁ କାମଧନ୍ଦା କିଛି ନାହିଁ, ଆମର ଘର ଦ୍ୱାର ଜମିବାଡ଼ି କିଛି ନାହିଁ, ଆମକୁ ଏହି ଜାଗା ଦିଆ ଯାଉ ବୋଲି ପାଖା ପାଖି ୧୫ ଦିନରୁ ଉର୍ଦ୍ଧ ହେବ ଏହି ଫଲ ଉଦ୍ୟାନରେ ଜରି ବାନ୍ଧି ରହିଆସୁଛନ୍ତି। କିନ୍ତୁ ଚିତ୍ରକୋଣ୍ଡା ତହସିଲଦାର ଏସବୁ ମିଛକଥା, ଘରବାଡି ନଥିବା ଦାବିକରୁଥିବା ସମସ୍ତଙ୍କ ପଟା ଜମି ରହିଛି ଘର ମଧ୍ୟ ରହିଛି। ସପ୍ତାହ ଭିତରେ ଏହା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ଲୋକଙ୍କୁ ସରକାରୀ ଜାଗା କଵଜ଼ା କରିବାକୁ ଦିଆଯିବ ନାହିଁ ବୋଲି ତହସିଲଦାର ଶ୍ରୀ ଦୋରା ପ୍ରତିଶୃତି ଦେଇଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO