
ମାଲକାନଗିରି, ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ହନ୍ତାଳ ଗୁଡା ଅଞ୍ଚଳରେ ମାଓ ଯୋଜନା ପଣ୍ଡ କଲେ ବିଏସଏଫ ଯବାନ । ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନ କରୁଥିବା ସମୟରେ କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରୁ ବିପୁଳ ପରିମାଣର ବି ସ୍ଫୋରକ ପାଇଥିଲେ । ମାଓବାଦୀ ମାନେ ଜଙ୍ଘଲ ମଧ୍ୟରେ ଗୋଟିଏ ବ୍ୟାଗରେ ବିସ୍ଫୋରକ ସାମଗ୍ରୀ ସବୁ ରଖାଯାଇଥିଲା । ଉକ୍ତ ବ୍ୟାଗରେ୨ ଟି ପ୍ରେସର ମାଇନ ,ଗୋଟିଏ ଟିଫିନ ବୋମା, ମେଡ଼ିସିନ, ବେଲ୍ଟ,ଡ୍ରେସ ସାବୁନ, ଓ ନୀତିଦିନ ବ୍ୟବହାର ସାମଗ୍ରୀ ଥିବା ଦେଖିବାକୁ ପାଇଥିଲେ!ସେ ସବୁ ବିସ୍ଫୋରକ ଜିନିଷ ଜବତ କରିବା ପରେ ତୁରନ୍ତ ସେଠାରେ ବିଏସଏଫ ର ବମ ସ୍କ୍ୱାର୍ଡ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ । କିଛି ଦିନ ଧରି ସ୍ଵାଭିମାନ ଅଞ୍ଚଳରେ ଯବାନ ବାରମ୍ବାର ମାଓ ସାମଗ୍ରୀ ଜବତ କରିବା ସହ ମାଓବାଦୀଙ୍କ ଯୋଜନାକୁ ଭଣ୍ଡୁର କରି ଆସୁଛନ୍ତି। ତେଣୁ ଏହି ବୋମା ଯବାନଙ୍କ ଉଦେଶ୍ୟରେ ଲଗାଯାଇଥିବା ସନ୍ଦେହ କରାଯାଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO