
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଆଜି ଅପରାହ୍ନ ୪.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁରେ ପ୍ରମୁଖ ତୈଳ ଓ ଗ୍ୟାସ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ସହିତ ଭିତିପ୍ରସ୍ତର ସ୍ଥାପନ କରିବେ । ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡର ରାମାନାଥପୁରମ୍ – ଥୋଥୁକୁଡି ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ଏବଂ ଗ୍ୟାସୋଲିନ ଡେସୁଲଫୁରିଜେସନ୍ ୟୁନିଟ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ନାଗାପଟ୍ଟିନମରେ ଥିବା କୌଭେରୀ ବେସିନ ରିଫାଇନାରୀର ଭିତିପ୍ରସ୍ତର ମଧ୍ୟ ସେ ରଖିବେ । ଏହି ପ୍ରକଳ୍ପଗୁଡିକ ସାମାଜିକ-ଆର୍ôଥକ ଲାଭରେ ପରିଣତ ହେବ ଏବଂ ଉର୍ଜା ଆତ୍ମନିର୍ଭରଭାରତ ଆଡକୁ ଦେଶକୁ ଆଗେଇ ନେବ । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ରାମନାଥପୁରମ୍ – ଥୋଥୁକୁଡି (୧୪୩ କିଲୋମିଟର) ଏନ୍ନୋର- ଥିରୁଭାଲୁର- ବେଙ୍ଗାଲୁରୁ- ପୁଡୁଚେରୀ- ନାଗାପାଟ୍ଟିନମ୍- ମଦୁରାଇ- ଟୁଟିକୋରିନ୍ ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ହୋଇଛି । ଏହା ଙଘଏଉ ଗ୍ୟାସ କ୍ଷେତ୍ରରୁ ଗ୍ୟାସ ବ୍ୟବହାର କରିବାରେ ସାହାଯ୍ୟ କରିବ ଏବଂ ଶିଳ୍ପ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ବ୍ୟବହାରକାରୀଙ୍କୁ କଂଚାମାଲ ଭାବରେ ପ୍ରାକୃତିକ ଗ୍ୟାସ ବିତରଣ କରିବାରେ ସହାୟକ ହେବ ।
ମନାଲି ସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଉଚଉଖ) ରେ ଥିବା ଗ୍ୟାସୋଲିନ୍ ଡେସୁଲଫୁରିଜେସନ୍ ୟୁନିଟ୍, ପ୍ରାୟ ୫୦୦କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି । ଏହା କମ୍ ସଲଫର୍ (୮କ୍ଟ୍ରକ୍ଟ୍ରଜ୍ଞ ରୁ କମ୍) ଛାଡିବା ସହିତ ପରିବେଶ ଅନୁକୂଳ ଗ୍ୟାସୋଲିନ୍ ଉତ୍ପାଦନ କରିବ, ର୍ନିଗମନକୁ ହ୍ରାସ କରିବାରେ ଏବଂ ଏକ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ସହାୟକ ହେବ ।
ନାଗାପଟ୍ଟିନମ୍ ଠାରେ ସ୍ଥାପିତ ହେବାକୁ ଥିବା କୌଭେରୀ ବେସିନ ରିଫାଇନାରୀରେ ବାର୍ଷିକ ୯ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ରହିବ । ଓଙଉଖ ଏବଂ ଉଚଉଖର ମିଳିତ ଉଦ୍ୟୋଗରେ ଏହା ପ୍ରତିଷ୍ଠା ହେବ ଏବଂ ଏହାର ଆନୁମାନିକ ପ୍ରକଳ୍ପ ମୂଲ୍ୟ ୩୧,୫୦୦ କୋଟି ଟଙ୍କା ହେବ । ଏହା ଈଝ-ଠଓ ମାନର ମୋଟର ସ୍ପିରିଟ୍ ଏବଂ ଡିଜେଲ୍ ଏବଂ ଏକ ମୂଲ୍ୟଯୁକ୍ତ ଉତ୍ପାଦ ଭାବରେ ପଲିପ୍ରୋପିଲିନ ଉତ୍ପାଦନ କରିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO