
ଭଦ୍ରକ – ଭଦ୍ରକ ଜିଲାରେ ବିଗତ କିଛିଦିନ ହେବ କଳା ପଲସର ଲୁଟେରା ଦଳ ବିଭିନ୍ନ ମହିଳାଙ୍କ ବେକରୁ ସୁନାଗହଣା ଛିଣ୍ଡାଇ ନେଉଥିବାର ଅଭିେଯାଗ ହୋଇଆସୁଥିବାବେଳେ ଆଜି ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ରାମଚନ୍ଦ୍ରପୁର ପଂଚାୟତର ସଂପୋଇ-କାଗଡିଆ ଠାରେ ଖୁରେ ବନ୍ଧା ହୋଇଥିବା ଜଣେ ମହିଳାଙ୍କ ୨ଟି ଖାସି ଉଠାଇ ନେବା ଚଚ୍ର୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ କଳା ପଲସରରେ ଆସିଥିବା ଲୁଟେରାମାନେ ଅପରାହ୍ନ ପ୍ରାୟ ୩ଟା ସମୟରେ ଉକ୍ତ ଗ୍ରାମର ଶକୁନ୍ତଳା ସ୍ବାଇଁଙ୍କ ପ୍ରାୟ ୧୧ ହଜାର ଟଙ୍କା ମୂଲ୍ୟର ବନ୍ଧାହୋଇଥିବା ୨ଟି କଳା ଓ ଖଇରିଆ ରଂଗର ଖାସିକୁ ଦଉଡି ସହ ଖୁରୁ ଖୋଲି ୧୬ନଂ ଜାତୀୟ ରାଜପଥରେ ଦ୍ରୁତ ବେଗରେ ପଳାଇଥିଲେ। ତେବେ ଏହି ଘଟଣା ସଂପର୍କରେ ପୁଲିସ୍କୁ ଜଣାଇଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହó ବୋଲି ମନେକରି ସଂପୃକ୍ତ ମହିଳା କୌଣସି ଅଭିେଯାଗ କରିନଥିବାର ଜଣାପଡିଛି। ତେବେ ରାଜପଥରେ ଏହିଭଳି ବନ୍ଧୁକଧାରୀ ଲୁଟେରାମାନେ ଅନେକ ସମୟରେ ସେମାନଙ୍କର କଳା କାରନାମା ଚଳାଇ ଆସୁଥିବାରୁ କୌଣସି ଲୋକ ନିଜ ଜୀବନକୁ ବିପନ୍ନ କରି ସେମାନଙ୍କ ପିଛା ନକରିବା ଏହିଭଳି କାର୍ଯ୍ୟକୁ ବଢାଇ ଦେଇଛି।