![](https://indokalingtimes.com/wp-content/uploads/2019/09/muskan-panch-phuta.jpeg)
![](https://indokalingtimes.com/wp-content/uploads/2019/09/muskan-panch-phuta-1-213x300.jpeg)
ଭଦ୍ରକ – କେନ୍ଦ୍ର ସରକାର ଦେଶର ନାଗରିକ ମାନଙ୍କ ସୁବିଧାକୁ ନେଇ ଲାଗୁ କରିଛନ୍ତି ଏକକ ପରିଚୟ ପତ୍ର । ଏ ଦିଗରେ ରେସନ୍ କାର୍ଡ ଠାରୁ ଆରମ୍ଭ କରି ଭା, ମୋବାଇଲ୍, ଟେଲିଫୋନ୍, ବିଦ୍ୟୁତ ସଂେଯାଗ, ସ୍ଥାବର ଓ ଅସ୍ଥାବର ସଂପି କ୍ରୟ ଓ ବିକ୍ରୟ, ଟ୍ରେନ୍ ଟିକେଟ୍, ପାସ୍ପୋର୍ଟ, ବ୍ୟାଙ୍କ ସମେତ ସମସ୍ତ ଆର୍ଥିକ ସଂସ୍ଥା ଏପରିକି ସରକାରୀ ଓ ବେସରକାରୀ ଦପ୍ତରରେ ଆଧାର କାର୍ଡର ସଂେଯାଗକୁ ପ୍ରାଧାନ୍ୟ ଦିଆଯାଇଛି। ଏ ଦିଗରେ ସରକାରୀ ସ୍ତରରେ ବହୁବିଧ କଟକଣା ମଧ୍ଯ ଲାଗୁ ହୋଇଛି। ମୋଟ ଉପରେ କହିବାକୁ ଗଲେ ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ସୁବିଧା ଦିଗରେ ଆଧାର କାର୍ଡର ଆବଶ୍ୟକତା ଜରୁରୀ ହୋଇପଡିଛି। କିନ୍ତୁ ଏହି ସେବା େଯାଗାଇଦେବାରେ ସରକାରଙ୍କ ଆନ୍ତରିକତାର ଅଭାବର ସୁେଯାଗରେ ସାଧାରଣ ଲୋକଟିଏ ଖୋଲାଯାଇଥିବା ଆଧାର ସଂଶୋଧନ କେନ୍ଦ୍ରରେ ଶୋଷଣର ସମ୍ମୁଖୀନ ହେଉଛି। ପଂଚାୟତ ସ୍ତରରେ ଆଧାର କେନ୍ଦ୍ର ନଥିବାବେଳେ ନିୟମ ମୂଳେ ଗୋଟିଏ ବ୍ଲକ୍ରେ କେବଳ ଷ୍ଟେଟ୍ବ୍ୟାଙ୍କ ଓ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଗୋଟିଏ ଗୋଟିଏ ଆଧାର କେନ୍ଦ୍ର ଥିବାରୁ ସେମାନଙ୍କ ମନମୁଖୀ କାର୍ଯ୍ୟ ଲୋକଙ୍କୁ ନିର୍ଯ୍ୟାତନା ଦେଉଛି। ବିଶେଷକରି ସେଗୁଡିକ ଉଚିତ୍ ସମୟରେ ଖୋଲାଯାଉନଥିବାରୁ ସାଧାରଣ ଲୋକଟିଏ ତାହାର ଆଧାର ଜନିତ ସମସ୍ୟାର ସମାଧାନ ଦିଗରେ ବାର ଶୁ‹ି ପି‹ା ହେଉଛି। ଏହାର ସୁେଯାଗରେ କେତେକ ଅସାଧୁ ବ୍ୟକ୍ତି ସ୍ବୀକୃତି ଓ ପ୍ରମାଣପତ୍ର ବିନା ନିଜର ଦୋକାନ ଖୋଲି ଲୋକଙ୍କ ଠାରୁ ବହୁ ଅର୍ଥ ଠକି ବେଶ୍ ଲାଭବାନ ହୋଇ ଚାଲିଛନ୍ତି। ଏବେ ଏହି ଠକାମୀ ଲୁଟ୍ରେ ପରିଣତ ହୋଇଥିଲେ ମଧ୍ଯ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଅଧିକନ୍ତୁ ଏହି ବ୍ୟକ୍ତିମାନଙ୍କ ସହ କେତେକ ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଥିବାର ଅଭିେଯାଗ ଜୋର ଧରିଛି। ଯାହାର ଉଦାହରଣ ଦେଖôବାକୁ ମିଳିଛି ଏହି ଜିଲାର ବାସୁଦେବପୁର ବ୍ଲକ୍ ନରସିଂହପୁର ପଂଚାୟତରେ। ଧାମରା-ଜାମୁଝାଡି ମୁଖ୍ୟ ରାସ୍ତା ପାଶ୍ର୍ବରେ ଅର୍ଥାତ୍ ବାସୁଦେବପୁର ଥାନା ଓ ବ୍ଲକ୍ ଅଫିସ୍ ଠାରୁ ମାତ୍ର ୩ କିମି ଦୂରରେ କେତେକ ଯୁବକ ଓ ସ୍ଥାନୀୟ ବ୍ୟକ୍ତି ସାମିଲ ହୋଇ ଆଧାର ସଂେଯାଗ ନାମରେ ଲୋକଙ୍କୁ ଲୁଟି ଚାଲିଛନ୍ତି। ନରସିଂହପୁରର ଏହି ଆଧାର ସଂଶୋଧନ କେନ୍ଦ୍ରର କର୍ମଚାରୀମାନେ ୨୦୦ ରୁ ୩୦୦ ଟଙ୍କା ଲୋକଙ୍କ ଠାରୁ ଆଦାୟ କରୁଥିବାବେଳେ କିଛି ବ୍ୟକ୍ତି ବାଧ୍ଯବାଧ୍ଯକତାରେ ସେମାନଙ୍କ କାର୍ଯ୍ୟ ପାଇଁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜାଚୁଥିବା ବିଷୟ କହିଛନ୍ତି ସେଠାରେ କାର୍ଯ୍ୟ କରୁଥିବା ନରସିଂହପୁର ପଂଚାୟତ ଜଇପୁର ଗ୍ରାମର ଗଂଗାଧର ମହାପାତ୍ରଙ୍କ ପୁତ୍ର ମନୋରଂଜନ ଓ ନରିହରି। ଅପରପକ୍ଷରେ ଆଧାର ସଂଶୋଧନ କରାଇଥିବା ଲୋକମାନଙ୍କ ଠାରୁ ଜଣକା ୨୫୦ ରୁ ୩୦୦ ଟଙ୍କା ଆଦାୟ କରାଯାଉଥିବାବେଳେ ସେମାନେ ତାହା ନଦେଇପାରିଲେ ତାଙ୍କ ପ୍ରତି ଅଶ୍ଳୀଳ ଆଚରଣ ପୂର୍ବକ ତାଙ୍କ କାର୍ଡକୁ ଫିଙ୍ଗି ଦେଉଥିବାର ଅଭିେଯାଗ ହୋଇଛି। ଏ ସଂପର୍କରେ ଖବର ପାଇ କେତେକ ଗଣମାଧ୍ଯମ ପ୍ରତିନିଧି ଘଟଣା ସ୍ଥଳରେ ପହô ପ୍ରକୃତ ବିଷୟ ଜାଣିବାକୁ ଚାହóବାରୁ ସଂପୃକ୍ତ ବ୍ୟକ୍ତିମାନେ ସେମାନଙ୍କ ପ୍ରତି ଅଶାଳୀନ ଆଚରଣ ପ୍ରଦର୍ଶନ କରିବାକୁ ମଧ୍ଯ ପଛାଇନାହାଁନ୍ତି। ଏ ଦିଗରେ ପୁଲିସ୍କୁ ଖବର ଦିଆଯାଇଥିଲେ ମଧ୍ଯ ସେମାନେ ନଆସିବା ଘଟଣା ସେମାନଙ୍କ ସହ ତାଙ୍କର ଭିତିରି ସଂପର୍କ ଥିବାର ଦିଗକୁ ସୂଚାଉଛି ବୋଲି ଜଣାପଡେ। ଏଠାରେ ପ୍ରଶ୍ନ ଉଠେ ଜିଲାର ପ୍ରତ୍ୟେକ ବ୍ଲକ୍ ଓ ଷ୍ଟେଟ୍ବ୍ୟାଙ୍କ ପରିସରରେ ୨ଟି ଆଧାର କେନ୍ଦ୍ର ଖୋଲିବାର ନିୟମ ଥିବାବେଳେ ନରସିଂହପୁରରେ ଉକ୍ତ କେନ୍ଦ୍ର ଆସିଲା କେଉଁଠି। ବ୍ଲକ୍ ପରିସରରେ ଥିବା କେନ୍ଦ୍ରଟି ଅନେକ ସମୟରେ ବନ୍ଦ ରହୁଥିବାବେଳେ ଏଠାରେ ଚାଲୁଥିବା କେନ୍ଦ୍ରଟି ବ୍ଲକ୍ ପରିସରରେ ଥିବା ଆଧାର ସଂଶୋଧନ କେନ୍ଦ୍ରର କାଗଜପତ୍ର ଓ ଆଇଡିରେ ଚାଲୁଥିବାର ଅଭିେଯାଗ ହୋଇଛି। ବ୍ଲକ୍ ପରିସରରେ ଥିବା ଆଧାର ସଂଶୋଧନ କେନ୍ଦ୍ରରେ ଧାର୍ଯ୍ୟ ଫିସ୍ ଠାରୁ ଅଧିକ ନେବା ସମ୍ଭବ ନହେବାରୁ ସେଠାରେ ତାହା ବନ୍ଦ କରାଯାଇ ନରସିଂହପୁରରେ ଖୋଲାଯାଇଥିବାର ବିଷୟ କହନ୍ତି କେତେକ ବ୍ୟକ୍ତି। ଏଣୁ ସରକାରୀ ସ୍ତରରେ ଏହାର ଉଚିତ୍ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି।