
ଭଦ୍ରକ – ଚାଷୀଙ୍କ ଧାନ ବିକ୍ରି ବାବଦ ପ୍ରାପ୍ୟ ମିଳୁନଥିବା ପ୍ରସଙ୍ଗରେ ତୁରନ୍ତ ନିଷ୍ପି ନେବାକୁ ଭଦ୍ରକ ଜିଲାପାଳଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଦ୍ର୍ଧେଶ ଦେଇଛନ୍ତି। ଏଠାରେ ସୂଚନାେଯାଗ୍ୟ ଏହି ଜିଲାରେ ବହୁ ଚାଷୀ ଗତ ଅପ୍ରେଲ ମାସରେ ସରକାରଙ୍କୁ ଧାନ ବିକ୍ରି କରି ବିକ୍ରି ମୂଲ୍ୟ (ପ୍ରାପ୍ୟ) ପାଇବାରୁ ବଂଚିତ ହୋଇଥିଲେ। ଯଦିଓ ସରକାର ସେତେବେଳେ ସର୍ବାଧିକ ସାତଦିନ ମଧ୍ଯରେ ଚାଷୀଙ୍କୁ ପ୍ରାପ୍ୟ ମିଳିବ ବୋଲି ଘୋଷଣା କରିଥିଲେ, କିନ୍ତୁ ବାସ୍ତବରେ ଅପ୍ରେଲ ମାସରେ ଧାନ ବିକିଥିବା ଜିଲାରୁ ୩ ହଜାରରୁ ଉଦ୍ଧ୍ର୍ବ ଚାଷୀ ସେଥିରୁ ବଂଚିତ ହୋଇଥିଲେ। ଏ ସଂପର୍କରେ ସରକାରଙ୍କ ଉପରେ ଚାଷୀଙ୍କର ପ୍ରାୟ ୨୪ କୋଟି ଟଙ୍କା ବାକି ରହିଥିଲା। ଯାହା ଜିଲାରେ ମୁଖ୍ୟ ଚଚ୍ର୍ଚାର କେନ୍ଦ୍ରବିନ୍ଦୁ ହୋଇ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏ ସଂପର୍କରେ ଜିଲା ପ୍ରଶାସନ ସମାଧାନର ବାଟ ଖୋଜି ପାଉନଥିବାବେଳେ ଜିଲା େଯାଗାଣ ଅଧିକାରୀ ରାଜ୍ୟ େଯାଗାଣ ନିଗମକୁ ଅବଗତ କରିଥିଲେ ମଧ୍ଯ କୌଣସି ପନ୍ଥା ବାହାରିନଥିଲା। ମାଚ୍ର୍ଚ ୩୧ ସୁଦ୍ଧା ଅନ୍ଲାଇନ୍ ଧାନ କ୍ରୟ ବନ୍ଦ ହୋଇସାରିଥିବାବେଳେ ଅପ୍ରେଲ ମାସରେ ଅଫ୍ଲାଇନ୍ରେ ଧାନ ବିକ୍ରି କରିଥିବା ଚାଷୀଙ୍କୁ ପ୍ରାପ୍ୟ ମିଳିବା ସମ୍ଭବ ନୁହେଁ ବୋଲି କୁହାଯାଇଥିଲା। ତେବେ ଏଥିନେଇ ପ୍ରଶାସନ ହରଡଘଣାରେ ପଡିଥିବାବେଳେ ଚଳିତ ଧାନକିଣା ଋତୁରେ ଏହି ପ୍ରାପ୍ୟ ଦେବାର ବ୍ୟବସ୍ଥା ହେଉଥିବା ନେଇ ବିଭାଗୀୟ ସ୍ତରରେ କେବଳ ଆଲୋଚନା ହó ହେଉଥିଲା। ତେବେ ଭଦ୍ରକ ବ୍ଲକ୍ ଅଧୀନସ୍ଥ କଲେଇ ପଂଚାୟତର ଚାଷୀ ସୁଶୀଲ କୁମାର ପରିଡା, କରୁଣାସିନ୍ଧୁ ପରିଡା, ଜୟକୃଷ୍ଣ ପରିଡା ଓ ଅନ୍ୟମାନେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଡବ୍ଲୁ୍ୟପି (ସ) ୧୮୩୫୧/୨୦୧୯ ମୂଳେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ େଯାଗାଣ ବିଭାଗ ସଚିବଙ୍କ ଠାରୁ ଆରମ୍ଭ କରି ଜିଲାପାଳ, ଜିଲା େଯାଗାଣ ଅଧିକାରୀ, କଲେଇ ସେବା ସମବାୟ ସଂପାଦକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ବିକ୍ରି ଧାନର ମୂଲ୍ୟକୁ ସୁଧ ସହ ପ୍ରଦାନ ଲାଗି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଠାରେ ଦରଖାସ୍ତକାରୀମାନେ ନିବେଦନ କରିଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ଭଦ୍ରକ ଜିଲାପାଳ ଅଭିେଯାଗକାରୀଙ୍କ ଆବେଦନ ଉପରେ ୨ ମାସ ମଧ୍ଯରେ ନିଷ୍ପି ନେବାକୁ ନିଦ୍ର୍ଧେଶ ଦେଇଛନ୍ତି। ଆଇନ୍ଜୀବୀ ଅମ୍ବୁଜବନ୍ଧୁ ପରିଡା ଚାଷୀମାନଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ପରିଚାଳନା କରୁଥିବାର ଜଣାପଡିଛି।