![](https://indokalingtimes.com/wp-content/uploads/2019/09/IKT-logo-2.jpg)
ଭଦ୍ରକ – ଗତକାଲି ଏକ ସଡକ ଦୁର୍ଘଟଣାରେ ପରଲୋକ ଗମନ କରିଥିବା ବାଲେଶ୍ବରର ଯୁବ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆଙ୍କ ବିୟୋଗରେ ଆଜି ଭଦ୍ରକରେ ‘ରୂପାୟନ’ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାକ୍ରୋେଓ୍ବବ୍ ଟେକ୍ନୋଲୋଜି ଶିକ୍ଷାନୁଷ୍ଠାନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶୋକସଭା ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ଦେବେନ୍ଦ୍ର ପ୍ରେମୀ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଏହାପରେ ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ରୂପାୟନ’ ର ଭଦ୍ରକ ଶାଖା ସଭାପତି ସାମ୍ବାଦିକ ପ୍ରମୋଦ ରାୟଙ୍କ ଅଧ୍ଯକ୍ଷତା ଓ ପ୍ରତିଷ୍ଠାତା ସଭାପତି ଶ୍ରଦ୍ଧାଞ୍ଜଳି ରାୟଙ୍କ ସଂେଯାଜନାରେ ଅନୁଷ୍ଠିତ ଏହି ଶୋକସଭାରେ ଡାକ୍ତର ଦୁରେ୍ଯ୍ୟାଧନ ଦାସ, ଅବସରପ୍ରାପ୍ତ ପ୍ରଫେସର ଡ. ଶଶଧର ଦାସ, ପ୍ରସିଦ୍ଧ ନାଟ୍ୟ ନିଦ୍ର୍ଧେଶକ ବାଦଲ ସିକ୍ଦାର, କବି ଦିବ୍ୟସିଂହ ଦାସ ଅଧିକାରୀ, ବରିଷ୍ଠ ଚିତ୍ରଶିଳ୍ପୀ କବି ଅଶୋକ ମହାନ୍ତି, ଦୁର୍ମୁଖର ବିଶିଷ୍ଟ କାର୍ଟୁନିଷ୍ଟ ଚୂଡାମଣି ଦାସ, ଶିଳ୍ପୀ ରତିକାନ୍ତ ଦାଶ, ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ଯକ୍ଷ ମନୋଜ କୁମାର ଭଟ୍ଟାଚାର୍ଯ୍ୟ, ଅଧ୍ଯାପକ ଅଶ୍ବିନୀ ପଣ୍ଡା, ଶିକ୍ଷକ ରତିକାନ୍ତ ବେହେରା, ସାମ୍ବାଦିକ ବିଦ୍ୟାଧର ସାହୁ ପ୍ରମୁଖ େଯାଗଦେଇ ଦିବଂଗତ ଦେବେନ୍ଦ୍ରଙ୍କ ଅସୀମ ପ୍ରତିଭା ସଂପର୍କରେ ବକ୍ତବ୍ୟ ରଖôଥିଲେ। ସେ କେବଳ େଯ ବାଲେଶ୍ବରର ଜଣେ ପ୍ରତିଭାବାନ ପ୍ରତିଭା ନଥିଲେ ଅଳ୍ପ ବୟସରେ ଜଳଛବି ଉପରେ କୃତୀତ୍ବ ହାସଲ କରି େଯଭଳି ରାଜ୍ୟ ଲଳିତକଳା ଏକାଡେମୀ ଦ୍ବାରା ୨ଥର ପୁରସ୍କୃତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ, ତାହା ତାଙ୍କୁ ସବୁଦିନେ ଅମର କରି ରଖôବ ବୋଲି କହିଥିଲେ। କେବଳ ଚିତ୍ରଶିଳ୍ପୀ ନୁହେଁ ସାହିତ୍ୟ ଓ ସଂଗୀତ ପ୍ରତି ତାଙ୍କର ଅସିମ ରୁଚି ଥିବାବେଳେ ‘ସ୍ମୃତିରେ ଆମ ଅକ୍ଷୟ’ ସଂଗଠନର ସେ ଥିଲେ ଜଣେ ସକ୍ରୀୟ ସଦସ୍ୟ। ତାଙ୍କର ଏଭଳି ଅକାଳ ବିୟୋଗ କେବଳ ବାଲେଶ୍ବର ନୁହେଁ, ଚିତ୍ରକଳା କ୍ଷେତ୍ରରେ ସମଗ୍ର ରାଜ୍ୟରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବକ୍ତାମାନେ ନିଜ ନିଜର ଶ୍ରଦ୍ଧା ସୁମନ ଅର୍ପଣ କାଳରେ କହିଥିଲେ।