
ଭଦ୍ରକ – ଏହି ଜିଲାର ତିହିଡି ଥାନା ଅଧୀନସ୍ଥ କୋହ୍ଲ ପଂଚାୟତ ଅମରପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ପ୍ରାପ୍ତ ଖବର ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଅମରପୁର ଗ୍ରାମର ଗୋବଦ୍ର୍ଧନ ଦାସଙ୍କ ଗୁହାଳଘରେ ନିଆଁ ଲାଗିଯାଇଥିଲା। ବନ୍ଧା ହୋଇଥିବା ଦୁଇଟି ଗୋରୁ ଏହି ଅଗ୍ନିକାଣ୍ଡରେ ମୃତୁ୍ୟବରଣ କରିଛନ୍ତି। ଖବର ପାଇ ଦମକଳ ବାହିନୀ ପହô ନିଆଁକୁ ଆୟ କରିଥିଲେ ମଧ୍ଯ ଘରଟି ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ତାହା ଜଣାପଡିନାହó।