
ମାଲକାନଗିରି, ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ ଦିନକୁ ଦିନ ବୃଦ୍ଧି ପାଇବା ଯୋଗୁଁ ମନକୁ ମନ ରକ୍ତ ଚାଉଳ ଚୋବେଇବା ସହ ଶେଷରେ କ୍ରୋଧକୁ ନିୟନ୍ତ୍ରଣ କରି ନପାରି ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କ୍ରୋଧ ଜର୍ଜରିତ ଅବସ୍ଥାରେ ଯୋଜନାବଦ୍ଧ ଭାବେ ହତ୍ୟା କରିବା ସହ ପୋଲିସ ଆଖିରେ ଧୂଳି ଦେଇ ଖସି ଯିବାକୁ ଚେଷ୍ଟା ମଧ୍ୟ କରିଥିଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଳକ ଅନ୍ତର୍ଗତ ମାରଡିମେଟଲା ଗ୍ରାମରେ । ସୂଚନା ମୁତାବକ ମାରଡିମେଟଲା ଗ୍ରାମର ଇର୍ମା କବାସୀ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ସେହି ଗ୍ରାମର ଆଡମା କାବାସୀ ଙ୍କ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖି ଆସିଥିବା ନେଇ ଆଡମା ସନ୍ଦେହ କରି ଆସୁଥିଲା। ଏଥିପାଇଁ ମନକୁ ମନ କ୍ରୋଧ ଜାତ ହେଉଥିଲା ବେଳେ ପ୍ରତିଶୋଧ ପରାୟଣ ହୋଇ ରକ୍ତ ଚାଉଳ ଚୋବାଉ ଥିଲା ଆଡମା। ଶେଷରେ ଗତକାଲି ଆଡମା ନିଜର ସମ୍ପର୍କୀୟ ଭାଇ ମୂକା କାବାସୀ ସହ ମିଶି ଇର୍ମା କୁ ନିଜ ଘର ପାଖକୁ ଡାକିଥିଲା। ସେଠାରେ ଆଡମା, ଇର୍ମା ସହ ପାଟିତୁଣ୍ଡ କରିବା ସହ ପୂର୍ବ ଯୋଜନା ମୁତାବକ ହତ୍ୟା କରିଥିଲା । ଗତ କାଲି ସଂଧ୍ୟାରେ ଏହି ଘଟଣା ବିଷୟରେ ଜଣାପଡିବା ପରେ ବିଳମ୍ବିତ ରାତିରେ ମୃତ ଇର୍ମା ର ବାପା କବାସୀ ବିଚେମ ପଡିଆ ଥାନରେ ଆସି ଏତଲା ଦେଇଥିଲେ । ଏହାପରେ ପୋଲିସ ପକ୍ଷରୁ ଏହି ଗ୍ରାମକୁ ଯାଇ ପଚରା ଉଚରା କରାଯିବା ସହ ଦୁଇଜଣ ଆସାମୀଙ୍କୁ ଗିରଫ କରାଯାଇଅଛି। ଏ ନେଇ ପଡିଆ ଥାନାରେ କେସ୍ ନଂ ୦୬/୨୧ ଭାରତୀୟ ଦଣ୍ଡ ବିଧାନ ଆଇନ୍ ଦଫା ୩୦୨/୩୪ ରେ ଏକ ମୃତ୍ୟୁ ମାମାଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏଥିସହ ଆଜି ଶବ ଜବତ କରି କାଲିମେଳା ରେ ପୋଷ୍ଟ ମଟୋମ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯଇଥିଲା । ଅନ୍ୟପଟେ ଏହି ହତ୍ୟାକାଣ୍ଡ ପରେ ଆଜି କୋରାପୁଟ ରୁ ଏକ ସାଇନଟିଫିକ ଟିମ୍ ଏହି ଗ୍ରାମକୁ ଆସି ବିଭିନ୍ନ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO