
ମାଲକାନଗିରି, ପଡିଆ ବ୍ଳକ କାର୍ଯ୍ୟାଳୟ ପରିସରରେ ଆର୍ଥିକ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ରଘୁନାଥ ମୁଣ୍ଡାରୀ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ କରାଯାଇ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆର୍ଥିକ କରବାର ଓ ଏଥିରେ ଲୋକଙ୍କ ଆର୍ଥିକ ସୁଧାର କୁ ନେଇ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ ଭୁବନେଶର କାର୍ଯ୍ୟାଳୟରୁ ଆସିଥିବା ଅତିରିକ୍ତ ସାଧାରଣ ମ୍ୟାନେଜର ସନ୍ତୋଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଡିଆ ବ୍ଲକ୍ ଚେୟାରମ୍ୟାନ ଦେବା ମାଡକାମି, କାଲିମେଳା ଷ୍ଟେଟ ବ୍ୟାଙ୍କ ମ୍ୟାନେଜର କଙ୍କଣ କୁମାର ବିଶ୍ବାସ, ପଡିଆ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ସଭାପତି ଅର୍ଜୁନ ସିଂ, ପଡିଆ ୟୁନିଅନ ବ୍ୟାଙ୍କ ମ୍ୟାନେଜର ସତ୍ୟବ୍ରତ ମେହେର, ପଡିଆ ଲ୍ୟାମ୍ପ ଏମଡି ଏସ୍ ରାଜେନ୍ଦ୍ର ପ୍ରସାଦ, ଓଡିଶା ଜିବିକା ମିଶନ ର ଅମିତ କୁମାର ନମଦାସ ଓ ରତନ ଗୋଲଦାର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଆର୍ଥିକ ସାକ୍ଷରତା ସମ୍ବନ୍ଧରେ ବିଭିନ୍ନ ବାର୍ତା ଦିଆଯିବା ସହ ବ୍ୟାଙ୍କିଙ୍ଗ ବ୍ୟବସ୍ଥା କୁ ନେଇ ସଚେତନତା କରାଯାଇଥିଲା। ଆର୍ଥିକ ଲେନଦେଣ ସମୟରେ ଠକାମୀର ଶୀକାର ନହେବା ପାଇଁ ସତର୍କତା ଅବଲମ୍ବନ କରିବା, ବୀମା ର ଆବଶ୍ୟକତାସମ୍ପର୍କ ରେ କହିଥିଲେ! କାଲିମେଳା ଷ୍ଟେଟ ବ୍ୟାଙ୍କ ରୁ ୧୦ ଟି ଏସଏଚଜି ଗ୍ରୁପ ପାଇଁ ୧୪ ଲକ୍ଷ, ପଡିଆ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ରୁ ୫ ଟି ଏସଏଚଜି ଗ୍ରୁପ ପାଇଁ ୫ ଲକ୍ଷ, ପଡିଆ ଲ୍ୟାମ୍ପ ରୁ ୫ଟି ଏସଏଚଜି ଗ୍ରୁପ ପାଇଁ ୫ ଲକ୍ଷ ଓ ପଡିଆ ୟୁନିଅନ ବ୍ୟାଙ୍କ ପକ୍ଷରୁ ୧୦ ଟି ଏସଏଚଜି ଗ୍ରୁପ କୁ ୧୦ ଲକ୍ଷ ଟଙ୍କା ର ରୁଣ ମଞ୍ଜୁର କରାଯାଇ ଉପସ୍ଥିତ ଅତିଥିଙ୍କ ଦ୍ଵାରା ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ଏହି କାର୍ଯ୍ୟକ୍ରମରେ ଓଡିଶା ଜିବିକା ମିଶନର ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା, ବ୍ୟାଙ୍କ୍ ମିତ୍ର ସମେତ ବିଭିନ୍ନ ଏସଏଚଜି ଗ୍ରୁପ ର କର୍ମୀ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO