
ମାଲକାନଗିରି, ଦୁର୍ଘଟଣା ସବୁ ଓଲଟପାଲଟ କରିଦିଏ। ।ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମାଲକାନଗିରି ଜିଲ୍ଲାର କ୍ରିଷ୍ଣା ନମୋ ଙ୍କ ବଡ ପୁଅ ଅଜୟ ନମୋ l ମାଲକାନଗିରି ସଦର ଠାରୁ ମାତ୍ର 4କିମି ଦୂରରେ ଥିବା ଏମଭି -43ଗ୍ରାମରେ ରୁହନ୍ତି l ଜୀବନର ସଫଳତାର ପାହାଚ ଚଢିବା ଆରମ୍ଭ କଲାବେଳେ ଝୁଣ୍ଟିଛନ୍ତି ଅଜୟ l ଖେଳ କୁଦ ପାଠ ପଢ଼ିବା ଓ ନିଜ ସାଙ୍ଗ ମାନଙ୍କ ସହ ବୁଲିବା ବୟସରେ ଚୁପ ହୋଇ ଯାଇଛିନ୍ତି ନିଜ ଇଚ୍ଛା ବିରୋଧରେ ନିରବ ହୋଇଯାଇଛିନ୍ତି l ତାଙ୍କ ସାଙ୍ଗ ସାଥୀ ଖେଳୁଛନ୍ତି ନିଜ ଗୋଡ଼ରେ ନିଜେ ଠିଆ ହୋଇ ଦୁନିଆ ଦେଖୁଛନ୍ତି ସେ କିନ୍ତୁ ସେତେକ କରିପାରୁନି l ଗତ ୬ ବର୍ଷ ପୂର୍ବେ ଟ୍ୟୁସନ ସାରି ଘର କୁ ଫେରୁଥିବା ସମୟ ରେ ଦୁର୍ଘଟଣା ଘଟି ଡାହାଣ ଗୋଡ ସମ୍ପୂର୍ଣ ଭାଙ୍ଗି ଯାଇଥିଲା ପରେ ଗ୍ରାମଲୋକଙ୍କ କିଛି ଅର୍ଥ ସାହାଯ୍ୟରେ ପରିବାର ଲୋକେ ଅଜୟଙ୍କୁ ଚିକତ୍ସା ନିମନ୍ତେ ବିଶାଖାପାଟଣା ନେଇଥିଲେ ସେଠାରେ ଅଜୟଙ୍କ ଚିକିତ୍ସା ନିମନ୍ତେ ଅଧିକ ଅର୍ଥ ଅଭାବ ହେବାରୁ ତାଙ୍କ ଡାହାଣ ଗୋଡ଼କୁ କାଟିବାକୁ ପଡିଥିଲା l ଯାହା ଫଳରେ ପ୍ରାୟ 4 ବର୍ଷ ହେବ ଶଯ୍ୟା ରେ ପଡିରହିଥିଲେ l ଠିକସେ ଚାଲି ପାରୁନାହାନ୍ତି ଅଜୟ l ଏନେଇ ପୂର୍ବତ୍ତନ ଜିଲ୍ଲାପାଳଙ୍କୁ ମଧ୍ୟ୍ୟ ଜଣାଇଥିଲେ ଅଜୟ କିନ୍ତୁ ଫଳ କିଛି ମିଳିନଥିଲା l ଅଜୟ ଙ୍କୁ କେବଳ ଦିବ୍ୟାଙ୍ଗ ଭତା ହିଁ ମିଳୁଛି l ଅନ୍ୟ କୌଣସି ସରକାରୀ ସହାୟକ ତାଙ୍କ ପାଇଁ ସାତ ସପନ ହୋଇଯାଇଛି l ଏହି ଦୁର୍ଘଟଣା ପରେ ସବୁ କିଛି ଉଜାଡି ହୋଇ ପଡିଲା । ପେଟ ପାଟଣା ପାଇଁ ବାପା ହାଟ ହାଟ ବୁଲି ପରିବା ବିକ୍ରି କରିଥାନ୍ତି l ଅଜୟ ଘରର ବଡ଼ ପୁଅ ହାଇଥିବାରୁ ପରିବାରର ବୋଝ ନିଜର କାନ୍ଧ ଉପରକୁ ନେଇ ବାପାଙ୍କ କାନ୍ଧରେ କାନ୍ଧ ମିଶାଇ ସାହାଯ୍ୟ ସହଯୋଗ କରିଥାନ୍ତି । ଭିନ୍ନକ୍ଷମ ହୋଇ ମଧ୍ୟ ଯାହା ଯେତେ ଦୂର ସମ୍ଭବ ଗୋଟିଏ ଗୋଡ଼ ରେ ସବୁ କାମ କରିବାରେ ସକ୍ଷମ ଯେପରକି ବିଲ ରେ କାମ କରିବା,ବିଲରୁ ଘାସ ବାଛିବା ପନିପରିବା ରେ ପ୍ରତେକ ଦିନ ପାଇପ ଯୋଗେ ପାଣିଦେବା ଓ ପ୍ରତେକ ଦିନ ସକାଳୁ ଉଠି ପନିପରିବା ଓ ଶାଗ ତୋଳି ତାକୁ ନେଇ ବଜାର ଓ ଗ୍ରାମ ଗ୍ରାମରେ ବିକ୍ରୀକରିବା ସହ ସମୟ ମିଳିଲେ ପାଠ ମଧ୍ୟ୍ୟ ପଢ଼ିଥାନ୍ତି l ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଅଜୟ l ଅଜୟ ହେଉଛନ୍ତି ମାଲକାନଗିରି ମହାବିଦ୍ୟାଳୟ ଯୁକ୍ତଦୁଇ କଳାର ଦ୍ୱତୀୟ ବର୍ଷର ଛାତ୍ର lଗୋଟିଏ ଗୋଡ ନଥିବାରୁ କଲେଜ ଯିବା ପାଇଁ ମଧ୍ୟ୍ୟ ବହୁତ ଅସୁବିଧା ହେଉଥିବା ଅଜୟ କହିଛନ୍ତି l ପରିବାର କହିଲେ ବାପା ମା ଓ ସାନ ଭାଇ କୁ ନେଇ ଅଜୟଙ୍କ ପରିବାର l ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାକୁ ଫୋକସ କରିଛନ୍ତି ରାଜ୍ୟ ସରକାର l ଅନେକ ମାଳ ମାଳ କଲ୍ୟାଣକାରୀ ଯୋଜନା କାଯ୍ୟକାରୀ ମଧ୍ୟ୍ୟ ହେଉଛି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ସେହି ଯୋଜନା କାହା ପାଇଁ lଆଦିବାସୀ ବହୁଳ ଜିଲ୍ଲାରେ ସତେ ଯେମିତି ଯୋଜନା କେବଳ ଖାତା ପତ୍ର ରେ ସୀମିତ ରହିଯାଇଛି l ପ୍ରଶାସନ ଚାହିଁଲେ ଗରିବ ପୁଅ ଅଜୟଙ୍କୁ ସରକାରୀ ସହାୟତା ରେ ଯଦି ଏକ ପ୍ଲାଷ୍ଟିକ୍ ଗୋଡ ଲଗା ଯାଇ ପାରିଥାନ୍ତା ହେଲେ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ତାଙ୍କ ପରିବା ର!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO