
ଶ୍ରୀନଗର, ଜମ୍ମୁ କଶ୍ମୀର ପ୍ରଶାସନ ଦୀର୍ଘ ଦେଢ଼ ବର୍ଷ ପରେ ପୁଣି ଥରେ ୪-ଜି ମୋବାଇଲ ଇଣ୍ଟରନେଟ ସେବା ସ୍ୱଭାବିକ କରିଛି । ମୁଖ୍ୟ ସଚିବ (ବିଦ୍ୟୁତ ଓ ସୂଚନା) ରୋହିତ କଂସଲ ଏହି ସୂଚନା ଦେଇଛନ୍ତି । କୁହାଯାଉଛି ଯେ, ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।
ଉଲ୍ଲେଖନୀୟ ଯେ , ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ୨୦୧୯ ଅଗଷ୍ଟ ୫ ତାରିଖ ଠାରୁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା । ମାତ୍ର ଗତ ବର୍ଷ ଜାନୁଆରୀ ୨୫ ତାରିଖରେ ୨ଜି ସେବା ପୁଣି ଥରେ ଆରମ୍ଭ ହୋଇଥିଲା । ସାଧାରଣ ଜନଜୀବନ ସ୍ୱଭାବିକ ହେବା ପରେ ଏବେ ୪ଜି ଇଣ୍ଟରନେଟ ସେବାରୁ କଟକଣା ହଟାଇ ଦିଆଯାଇଛି । ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜମ୍ମୁ କଶ୍ମୀରରେ ୪ଜି ସେବା ଆରମ୍ଭ ପାଇଁ ଅପିଲ କରିଥିଲେ । ଏବେ ଏହି ବହୁପ୍ରତିକ୍ଷୀତ ସେବା ଆରମ୍ଭ ହୋଇଯିବା ପରେ ଅବଦୁଲା ଖୁସି ଅନୁଭବ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO