ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୪୭୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯,୪୧,୦୭୦ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୨,୨୨୭ ଜଣଙ୍କର ମୃତ୍ୟୁ ଘଟିଛି ।
ରାଜସ୍ଥାନରେ ଗତ ୨୪ ଘଂଟାରେ କରୋନାର ୧୩୯ ନୂଆ ମାମଲା
ଜୟପୁର , ରାଜସ୍ଥାନରେ ଗତ ୨୪ ଘଂଟାରେ ୧୩୯ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩,୧୭,୯୦୫ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୨୭୭୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।