
ନୂଆଦିଲ୍ଲୀ/ଭୁବନେଶ୍ୱର , ଆସନ୍ତା ମଇ ୨ ତାରିଖରୁ ୟୁଜିସି ନେଟ୍ ପରୀକ୍ଷା ଆରମ୍ଭ ହେବ । ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ମଇ ମାସର ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ମଙ୍ଗଳବାର ଦିନ ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ଟ୍ୱିଟର ଜରିଆରେ ଏହି ଘୋଷଣା କରିଛନ୍ତି ।
ଜାତୀୟ ଟେଷ୍ଟିଂ ଏଜେନ୍ସିର ସର୍କୁଲାର ଅନୁଯାୟୀ ୟୁଜିସି ନେଟ୍ ୨୦୨୧ ସଂପୂର୍ଣ୍ଣ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ୟୁଜିସି ନେଟ୍ ୨୦୨୧ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନ୍ ରେ ହେବ ଏବଂ ଏହି ପ୍ରକ୍ରିୟା ଫେବୃଆରି ୨ରେ ଆରମ୍ଭ ହେବ । ୟୁଜିସି ନେଟ୍ ୨୦୨୧ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଫେବୃଆରି ୨, ୨୦୨୧ରୁ ମାର୍ଚ୍ଚ ୨, ୨୦୨୧ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ । ପରୀକ୍ଷା ଆବେଦନ ଶୁଳ୍କ ମାର୍ଚ୍ଚ ୩, ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରିପାରିବେ । ପରୀକ୍ଷାର ଅବଧି ତିନି ଘଂଟା ହେବ । ପେପର ୧ର ପରୀକ୍ଷା ୧୦୦ ମାର୍କ ବହନ କରୁଥିବାବେଳେ ପେପର ୨ର ପରୀକ୍ଷା ୨୦୦ ମାର୍କ ବହନ କରିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO