ଭୁବନେଶ୍ୱର– କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସଂସଦରେ ଆଗତ କରା ଯାଇଥିବା ବଜେଟକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଶ୍ରୀ ଷଡଙ୍ଗୀ ଟ୍ୱିଟ କରି କହିଛନ୍ତି ଏହି ବଜେଟ ଏକ ପ୍ରଗତିଶୀଳ ବଜେଟ ଓ ଓ ସ୍ଥାୟୀତ୍ୱ ଆଣିବା ତଥା ମହାମାରୀ ପରେ ଅର୍ଥନୀତିରେ ବିଶ୍ୱାସକୁ ବଢାଉଥିବା ବଜେଟ ।
ବଜେଟରେ ଏମଏସଏମଇ, ସ୍ୱାସ୍ଥ୍ୟ, କୃଷି, ଗ୍ରାମୀଣ ବିକାଶ ଉପରେ ଯେଉଁ ଧ୍ୟାନ ଦିଆ ଯାଇଛି ତାହା ପ୍ରଶଂସନୀୟ । ଏମଏସଏମଇ କ୍ଷେତ୍ରର ବଜେଟକୁ ଦୁଇ ଗୁଣ କରା ଯାଇ ୧୬ ହଜାର କୋଟି ଟଙ୍କା କରା ଯାଇଛି । ଏହି ବିକାଶନ୍ମୋଖ ବଜେଟ ପାଇଁ ସେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସେ ଅଭିନନ୍ଦନ ଜଣାଉଛନ୍ତି ବୋଲି ସେ କହିଛନ୍ତି । ଏହି ବଜେଟ ଭାରତକୁ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଆତ୍ମ ନିର୍ଭର ଭାରତ ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି ।