
ଭୁବନେଶ୍ୱର– କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସଂସଦରେ ଆଗତ କରା ଯାଇଥିବା ବଜେଟକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଶ୍ରୀ ଷଡଙ୍ଗୀ ଟ୍ୱିଟ କରି କହିଛନ୍ତି ଏହି ବଜେଟ ଏକ ପ୍ରଗତିଶୀଳ ବଜେଟ ଓ ଓ ସ୍ଥାୟୀତ୍ୱ ଆଣିବା ତଥା ମହାମାରୀ ପରେ ଅର୍ଥନୀତିରେ ବିଶ୍ୱାସକୁ ବଢାଉଥିବା ବଜେଟ ।
ବଜେଟରେ ଏମଏସଏମଇ, ସ୍ୱାସ୍ଥ୍ୟ, କୃଷି, ଗ୍ରାମୀଣ ବିକାଶ ଉପରେ ଯେଉଁ ଧ୍ୟାନ ଦିଆ ଯାଇଛି ତାହା ପ୍ରଶଂସନୀୟ । ଏମଏସଏମଇ କ୍ଷେତ୍ରର ବଜେଟକୁ ଦୁଇ ଗୁଣ କରା ଯାଇ ୧୬ ହଜାର କୋଟି ଟଙ୍କା କରା ଯାଇଛି । ଏହି ବିକାଶନ୍ମୋଖ ବଜେଟ ପାଇଁ ସେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସେ ଅଭିନନ୍ଦନ ଜଣାଉଛନ୍ତି ବୋଲି ସେ କହିଛନ୍ତି । ଏହି ବଜେଟ ଭାରତକୁ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଆତ୍ମ ନିର୍ଭର ଭାରତ ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO