ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୪୬୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯,୩୮,୪୦୧ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୨,୨୧୧ଜଣଙ୍କର ମୃତ୍ୟୁ ଘଟିଛି ।
ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ କରୋନାର ୧୨୫ ନୂଆ ମାମଲା
ହାଇଦ୍ରାବାଦ -ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ ୧୨୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮,୮୭,୫୯୧ ହୋଇଛି ।
ରାଜ୍ୟରେ ବର୍ତମାନ ଯାଏ ୭,୧୫୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।