
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ଜଘଲା ଥାନା ଅନ୍ତର୍ଗତ କୋତରାପାଳ ଗାଁ ରେ ମାଓବାଦୀ ମାନେ ଆତ୍ମସମର୍ପଣ କରି ଜିଲ୍ଲା ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟକରୁଥିବା ମଲେଶ କୁ ମାଓବାଦୀ ହତ୍ୟା କରିଥିବା ଜଣାପଡିଛି! ପୋଲିସ ସୂଚନା ଅନୁଯାୟୀ ମଲେଶ 2014ମସିହା ରେ ଆତ୍ମସମର୍ପଣ କରିଥିଲା!ସେ ମାଓ ସଂଗଠନରେ ଡିଭିଜନ କମଣ୍ଡାର ଭାବେ କାମକରୁଥିଲା!ଆତ୍ମସମର୍ପଣ ପରେ ତାକୁ ଡି ଆର ଜି କନେଷ୍ଟବଳ ରୂପେ ନିଯୁକ୍ତି ଦିଆଯାଇଥିଲା!ସେ ଗତକାଲି ଅପରାହ୍ନ ରେ ନିଜ ପୁଅକୁ ଭେଟିବା ପାଇଁ କୋତରାପାଳ ଯାଉଥିବା ବେଳେ ମାଓବାଦୀ ଏହାର ଖବର ପାଇଁ ବାଟରୁ ଉଠାଇ ନେଇ ହତ୍ୟା କରି ଗାଁ ରାସ୍ତାରେ ପକାଇ ଦେଇଯାଇଥିଲେ!ଆଜି ସକାଳୁ ସେହି ରାସ୍ତାରେ ଯାଉଥିବା ଗ୍ରାମବାସୀ ଶବ ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ!ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପରିବାର ଲୋକ ଙ୍କୁ ଖବର ଦେଇଥିଲେ!ମାଓବାଦୀ ଙ୍କୁ ଧରିବାପାଇଁ ଉକ୍ତ ଅଞ୍ଚଳରେ ଅପେରସନ ଜୋରଦାର କରାଯାଇଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO