
ମାଲକାନଗିରି,ମାଲକାନଗିରି ଥାନା ଅନ୍ତର୍ଗତ ଏମ୍ଭି ୦୪ ଗ୍ରାମରେ ଗୋରୁ ଚୋରୀ କୁ ନେଇ ଉତ୍ତେଜନା । ସୂଚନା ଅନୁଯାଇ ଏମ୍ ଭି ୦୪ ଗ୍ରାମର ପଲାନି ମହତ ନାମକ ଜଣେ ମହିଳାଙ୍କ ଗୋଟିଏ ଗୋରୁ ଗତ ୪ଦିନ ଧରି ନିଖୋଜ ଥିବା ବେଳେ ମହିଳା ଜଣଙ୍କ ଗୋରୁ ଟିକୁ ଖୋଜାଖୋଜି କରିବା ସମୟରେ ଆଜି ଗ୍ରାମ ନିକଟରେ ଥିବା ଏକ ଇଟା ଭାଟି ନିକଟରେ ଗୋରୁ ର କଟା ହୋଇ ଥିବା ଅଂଶ ବିଶେଷ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ମହିଳା ଜଣଙ୍କ ଇଟା ଭାଟିରେ କାର୍ଯ୍ୟକରୁଥିବା ଶ୍ରମିକ ଙ୍କ ଘର ମଧ୍ୟରେ ଗୋରୁଟିର ମର ଶରୀର କିଛି ଖଣ୍ଡ ଦେଖି ପଚରା ଉଚରା କରିଥିଲେ । ତେବେ ସେହି ଶ୍ରମିକ ମାନେ ଗାଈ ଟିକୁ କାଟି ଦେଇଥିବା ଜାଣି ପାରିବା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇପଡିଥିଲେ । ଏହାପରେ ଅଞ୍ଚଳ ବାସୀ ଓ ଇଟା ଭାଟି ଶ୍ରମିକ ଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ମାଲକାନଗିର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଗ୍ରାମବାସୀ ଏଭିଳି ଗାଈ ଚୋରୀ ଘଟଣା ପୂର୍ବରୁ ମଧ୍ୟ ଘଟିଛି ସେହି ଚୋରୀରେ ମଧ୍ୟ ଏହି ଇଟାଭାଟି ଶ୍ରମିକ ମାନେ ଦାୟୀ କହି ଇଟା ଭାଟି ବନ୍ଦ କରିବାକୁ ଦାବି କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO