

Related Stories
June 25, 2025
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ଜଘଲା ଥାନା ଅନ୍ତର୍ଗତ କୋତରାପାଳ ଗାଁ ରେ ମାଓବାଦୀ ମାନେ ଆତ୍ମସମର୍ପଣ କରି ଜିଲ୍ଲା ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟକରୁଥିବା ମଲେଶ କୁ ମାଓବାଦୀ ହତ୍ୟା କରିଥିବା ଜଣାପଡିଛି! ପୋଲିସ ସୂଚନା ଅନୁଯାୟୀ ମଲେଶ 2014ମସିହା ରେ ଆତ୍ମସମର୍ପଣ କରିଥିଲା!ସେ ମାଓ ସଂଗଠନରେ ଡିଭିଜନ କମଣ୍ଡାର ଭାବେ କାମକରୁଥିଲା!ଆତ୍ମସମର୍ପଣ ପରେ ତାକୁ ଡି ଆର ଜି କନେଷ୍ଟବଳ ରୂପେ ନିଯୁକ୍ତି ଦିଆଯାଇଥିଲା!ସେ ଗତକାଲି ଅପରାହ୍ନ ରେ ନିଜ ପୁଅକୁ ଭେଟିବା ପାଇଁ କୋତରାପାଳ ଯାଉଥିବା ବେଳେ ମାଓବାଦୀ ଏହାର ଖବର ପାଇଁ ବାଟରୁ ଉଠାଇ ନେଇ ହତ୍ୟା କରି ଗାଁ ରାସ୍ତାରେ ପକାଇ ଦେଇଯାଇଥିଲେ!ଆଜି ସକାଳୁ ସେହି ରାସ୍ତାରେ ଯାଉଥିବା ଗ୍ରାମବାସୀ ଶବ ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ!ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପରିବାର ଲୋକ ଙ୍କୁ ଖବର ଦେଇଥିଲେ!ମାଓବାଦୀ ଙ୍କୁ ଧରିବାପାଇଁ ଉକ୍ତ ଅଞ୍ଚଳରେ ଅପେରସନ ଜୋରଦାର କରାଯାଇଛି!