-
ଓଡ଼ିଶା ଓ କଳାହାଣ୍ଡିକୁ ନୂଆ ପରିଚୟ ଦେଇଛି ‘ବଜାସାଲ’ ଲୋକନୃତ୍ୟ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ଓଡ଼ିଶା କଳାହାଣ୍ଡି ଜିଲ୍ଲାର ଗୌରବମୟ ଲୋକନୃତ୍ୟ ‘ବଜାସାଲ’ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ର କଳାକାରଙ୍କୁ ବୁଧବାର ନୂଆଦିଲ୍ଲୀରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ସ୍ୱର୍ଣ୍ଣିମ ଐତିହ୍ୟ, ପରମ୍ପରା ଓ ସଂସ୍କୃତି ଭରା ଲୋକନୃତ୍ୟ ରାଜପଥରେ ପ୍ରଦର୍ଶନ କରି ଏହି ପ୍ରତିଭାବାନ କଳାକାରମାନେ ବିଶ୍ୱ ଦରବାରରେ ଓଡ଼ିଶାକୁ ଗୌରବାନ୍ୱିତ କରିଥିବା ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କଳାହାଣ୍ଡି ସଂସ୍କୃତି ସମ୍ପନ୍ନ ଜିଲ୍ଲା । କଳାହାଣ୍ଡିରେ ଅନେକ ପ୍ରତିଭା, କ୍ଷମତାସମ୍ପନ୍ନ ଲୋକମାନେ ଅଛନ୍ତି । ‘ବଜାସାଲ’ ଆମ ରାଜ୍ୟ ଓଡ଼ିଶା ଓ କଳାହାଣ୍ଡି ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି । ଆଗକୁ ସଂସ୍କୃତିସମ୍ପନ୍ନ କଳାହାଣ୍ଡି ଜିଲ୍ଲାର ଏହି କଳାକାରମାନେ ବିଦେଶରେ ନାଁ କରନ୍ତୁ । ବଜାସାଲ ନୃତ୍ୟ ପାରମ୍ପରିକ ପୋଷାକର କୌଣସି ତୁଳନା ନାହିଁ । ଏହି ନୃତ୍ୟରେ ଅନେକ ବାର୍ତା ରହିଛି ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO