

ଆସନ୍ତା ୨୪ ତାରିଖରେ ସକାଳ ସମୟରେ ଗାନ୍ଧୀଘାଟ ନିକଟରେ ପଥପ୍ରାନ୍ତ ନାଟକ, ନାଗାମେଢ, ଗୋଟିପୁଅ ନାଚ, ଦସ୍ତଖତ ଅଭିଯାନ, ବାଲୁକା କଳା ସହ ସଡକ ସୁରକ୍ଷା ନିୟମ ପାଳନ ଏବଂ ଦୁର୍ଘଟଣାରୁ ଜୀବନ ବଞ୍ଚାଇବାରେ ସହଯୋଗ କରିଥିବା ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ସଡକ ସୁରକ୍ଷା ଉପରେ ହୋଡିଂ ଲଗାଯିବା ସହ ୧୦ ହଜାର ପ୍ରଚାରପତ୍ର ବଣ୍ଟାଯାଇ ସଚେତନତା ସୃଷ୍ଟି କରାଯିବ । ଚକ୍ରତୀର୍ଥ ରୋଡରୁ ନେତାଜୀ ଛକ ପର୍ଯ୍ୟନ୍ତ ୨୦ଟି ସଡକ ସଚେତନାତା କିଓସ୍କ ପ୍ରଦର୍ଶିତ କରାଯାଇଛି । ଏତଦବ୍ୟତୀତ ଆଜିଠାରୁ ପୁଲିସ ସ୍କ୍ବାଡ୍ ସହ ମିଶି ମିଳିତ ଭାବେ ଯାଞ୍ଚ କରାଯାଇ ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନିତିରଞ୍ଜନ ସେନ, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା, ସହାୟକ ମୋଟରଯାନ ନିରୀକ୍ଷକ ବାମଦେବ ସାହୁ, ଟ୍ରାଫିକ ଇନିସପେକ୍ଟର ଗୋକୁଳାନନ୍ଦ ଦାସ, ଟ୍ରାଫିକ ଇନିସପେକ୍ଟର ସୁଶାନ୍ତ ପାତ୍ର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ, ବିଭିନ୍ନ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
August 25, 2025
August 25, 2025
August 25, 2025