
ପଟ୍ଟାମୁଣ୍ଡାଇ– ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଏକ ଭବ୍ୟ ବିଶ୍ୱ ସ୍ତରୀୟ ମନ୍ଦିର ନିର୍ମାଣ ପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡିଶା ତରଫରୁ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି ।ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ନଗରର ରାମ ଭକ୍ତମାନେ ଏହି ଅଭିଯାନରେ ନିଜକୁ ହଜେଇ ଦେଇଛନ୍ତ । ସମିତିର କାର୍ଯ୍ୟକର୍ତାମାନେ ଘରକୁ ଘର ଯାଇ ଶ୍ରୀରାମ ମନ୍ଦିର ସମ୍ପର୍କରେ ଅବଗତ କରାଇବା ସହିତ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରୁଛନ୍ତି । ରାମଭକ୍ତ ଭାଇ ଉଭଣୀମାନେ ଆନନ୍ଦ ସହକାରେ ସମିତିର କାର୍ଯ୍ୟକର୍ତାମାନଙ୍କୁ ନିଜ ଘରକୁ ଡାକି ନିଧି ସମର୍ପଣ କରୁଛନ୍ତି । ଆଜି ପଟ୍ଟାମୁଣ୍ଡାଇ ନଗରର ବରିଷ୍ଠ ସ୍ଵୟଂ ସେବକ ଶ୍ରୀଯୁକ୍ତ ସଂଜୟ କୁମାର ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଚିତ୍ରା ସାହୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଟ ୧୦.୧୦୧ (ଦଶ ହଜାର ଏକଶହ ଏକ) ଟଙ୍କା ସମର୍ପଣ କରିଛନ୍ତି. ପଟ୍ଟାମୁଣ୍ଡାଇର ବରିଷ୍ଠ ସ୍ଵୟଂ ସେବକ, ଶ୍ରୀରାମ ଶିଳା ପୂଜନର ପଟ୍ଟାମୁଣ୍ଡାଇ ଅଞ୍ଚଳର ମୂଖ୍ୟ ପୁରୋଧା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଆମ ସମସ୍ତ ଙ୍କ ମାର୍ଗଦର୍ଶକ ଶ୍ରୀଯୁକ୍ତ ଭଞ୍ଜଲାଭ ପଣ୍ଡା ୫ ହଜାର ଟଙ୍କା ଶ୍ରୀରାମ ମନ୍ଦିର ପାଇଁ ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଉତରପ୍ରଦେଶ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଜନ୍ମଭୂମୀ ଠାରେ ମର୍ଯ୍ୟାଦା ପୁରୁଷତୋମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଟ୍ଟାମୁଣ୍ଡାଇରେ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ରାଧାରମଣ ମଠର ମହନ୍ତ ଅସୀମାନନ୍ଦ ଦାସ ମହାରାଜ ମୁଖ୍ୟଅତିଥି, ଯୋଗଗୁରୁ ପିତାମ୍ବର ପରିଡା, ବାବାଜି ପ୍ରେମସ୍ୱରୂପ ଦାସ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ଉପସଭାପତି ଦେବାଶୀଷ ପଣ୍ଡା, ସଂପାଦକ ପ୍ରତାପ ପାଢୀ, ସଂଯୋଜକ ସଞୟ କୁମାର ସାହୁ, ସହସଂଯୋଜକ ପ୍ରଭାତ କିଶୋର ନାୟକ, ରାଜେନ୍ଦ୍ର ଗିରି ପ୍ରମୁଖ ସମ୍ମାନୀତଅତିଥି ଭାବେ ଯୋଗ ଦେଇ ଅଯୋଧ୍ୟା ଭାବେ ଯୋଗ ଦେଇ ଅଯୋଧ୍ୟା ଠାରେ ମଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ସଂପୂର୍ଣ୍ଣ ସହଯୋଗ କରି ସନାତନ ଧର୍ମର ସୁରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭବାନୀଶଙ୍କର ପଣ୍ଡା, ଅମ୍ବୁଜ ଭୂଷଣ ନାୟକ, ଜନ୍ମେଞ୍ଜୟ ରାୟ, ସତ୍ୟପ୍ରିୟ ଜେନା, ବଳରାମ ମଲିକ ପ୍ରମୁଖ ଯୋଗଦେଇ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO