
ଘଟଗାଁ– ପ୍ରତୀକ୍ଷାର ଅନ୍ତ ଘଟିଛି । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ଆଜି ସକାଳ ଠାରୁ ଆରମ୍ଭ ହୋଇଛି । ସକାଳ ୮ଟାରୁ ୯ଟା ପ୍ରଥମେ ପୂଜକ ମାନଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନର ସୁଯୋଗ ମିଳିଥିଲା । ଭକ୍ତ ମାନେ ସାନିଟାଇଜ୍ ହୋଇ ବାରିକେଡ଼ରେ ଧାଡିରେ ଯାଇ ୩ ନଂ ଗେଟ୍ ଦେଇ ମନ୍ଦିର ମୁଖଶାଳା ଦେଇ ଶ୍ରଦ୍ଧାଳୁ ମାନେ ମନ୍ଦିର ବେଢ଼ାକୁ ପ୍ରବେଶ କରିବା ସହ ମାଙ୍କ ଦର୍ଶନ କରି ୪ ନଂ ଗେଟ୍ ଦେଇ ପ୍ରସ୍ଥାନ କରିଥିଲେ । ମନ୍ଦିରର ୩ ନଂ ଗେଟ୍ ଭକ୍ତଙ୍କ ପ୍ରବେଶ ଦ୍ୱାର ରହିଥିବାରୁ ସେଠାରେ ଭିଡ଼ ଦେଖିବାକୁ ମିଳିଥିଲା । ପୂର୍ବରୁ ଭକ୍ତ ମାନେ ସାନିଟାଇଜ୍ ହୋଇ ବାରିକେଡ଼୍ ଦେଇ ଧାଡିରେ ଯାଇ ମାଙ୍କ ଦର୍ଶନ କରିଥିଲେ । ଦର୍ଶନ ପରେ ୪ ନମ୍ବର ଗେଟ୍ ଦେଇ ଫେରିଥିଲେ । ମନ୍ଦିର ଭିତରକୁ କୌଣସି ଭୋଗ ସାମଗ୍ରୀ ତଥା ନଡ଼ିଆ, କଦଳୀ, ପୁଷ୍ପ, ଧୂପ, ଦୀପ ନେବା ଲାଗି ବାରଣ ସହ ଭକ୍ତଙ୍କ ପାଦୁକା ସେବନକୁ ବାରଣ କରାଯାଇଥିବାରୁ କେବଳ ଭକ୍ତ ମାନେ ମା ତାରିଣୀଙ୍କ ଦର୍ଶନ କରିଫେରିଥିଲେ । ତେବେ ଦୀର୍ଘ ଦିନ ପରେ ମାଙ୍କ ଦର୍ଶନ ପାଇଥିବାରୁ ବେଶ୍ ଖୁସି ଥିବା ଶ୍ରଦ୍ଧାଳୁ ମାନେ କହିଛନ୍ତି ।
ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସ୍ଥାନୀୟ ତହସିଲଦାର ଜନକ କୁମାର ନାୟକ, ଘଟଗାଁ ଏବିଡ଼ିଓ ଚିତ ରଞ୍ଜନ ନାୟକ, ମନ୍ଦିର ପରିଚାଳନା ପ୍ରଶାସନ ପକ୍ଷରୁ କିପରି ଭକ୍ତ ମାନେ ସୁରୁଖୁରୁରେ ମାଙ୍କ ଦର୍ଶନ କରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO