ଜୟପୁର, ରାଜସ୍ଥାନର ଜାଲୋର ଜିଲ୍ଲାର ମହେଶପୁରା ଗାଁରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସରେ ବିଦ୍ୟୁତ ତାର ଲାଗିଯାଇଛି । ଫଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୬ ଜଣ ଯାତ୍ରୀ ଗୁରୁତର ଅଛନ୍ତି । ସେମାନଙ୍କୁ ଯୋଧପୁର ଏମଡିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାମାନ୍ୟ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସୂଚନା ମିଳିବା ପରେ ପୋଲିସ ପ୍ରଶାସନ ଘଟଣାସ୍ଥଳକୁ ପହଂଚିଥିଲା ।
ମହେଶପୁର ଗାଁରେ ଶନିବାର ରାତି ବଡ଼ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ ରାସ୍ତା ଭୁଲିଯାଇ ଗାଁ ଭିତରକୁ ପଶିଯାଇଥିଲା । ସେଠାରେ ବିଦ୍ୟୁତ ତାର ଦୋହଳି ଥିବାରୁ ଡ୍ରାଇଭର ବସକୁ ଅଟକାଇ ଦେଇଥିଲେ । ଏକ ଠେଙ୍ଗାରେ ବିଦ୍ୟୁତ ତାରକୁ ଉପରକୁ ଉଠାଯାଇ ବସ ଆଗକୁ ନେବା ପାଇଁ ଉଦ୍ୟମ କରାଯାଇଥିଲା ।