
ମାଲକାନଗିରି-ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡାଘାଟିର ବିଭିନ୍ନ ଗ୍ରାମକୁ ପରିଦର୍ଶନ କରିଛନ୍ତି ନୂତନ ଜିଲ୍ଲପାଳ ଓ୍ୱାଇ.ବିଜୟ।ବଣ୍ଡାଘାଟିରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିଥିଲେ ଜିଲ୍ଲାପାଳ।ଏହି ଗସ୍ତବେଳେ ଜିଲ୍ଲାପାଳଙ୍କ ସହ ପିଡି ଡିଆରଡିଏ ବାଳମୁକୁନ୍ଦ ଭୁୟାଁ,ପିଏ ଆଇଟିଡିଏ କ୍ଷୀରବ୍ଧି ବେହେରା, ଖଇରପୁଟ ବିଡିଓ ହୃଦରଂଜନ ସାହୁ, ବଣ୍ଡା ଉନ୍ନୟନ ସଂସ୍ଥାର ପ୍ରୋଜେକ୍ଟ ଲିଡର ଦେବେନ୍ଦ୍ର ମୋହରୀ, ମୁଦୁଲିପଡା ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ଧାଙ୍ଗଡାମାଝିଙ୍କ ସମେତ ଜିଲ୍ଲାରବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।ବଣ୍ଡାଘାଟିରେ ଥିବା ଐତିହାସିକ ସ୍ଥାନ ସୀତାକୁଣ୍ଡକୁ ପରିଦର୍ଶନ କରିଥିଲେ। ଏଠାରେ କିପରି ଉନ୍ନୟନ କାର୍ୟ୍ୟ ଚାଲୁ ହେବ ସେନେଇ ବଣ୍ଡା ଉନ୍ନୟନ ସଂସ୍ଥାକୁ ନିର୍ଦେଶ ଦେଇଥିଲେ। ପରେ ମୁଦୁଲିପଡା ପଞ୍ଚାୟତ କାର୍ୟ୍ୟାଳୟ ସମେତ ବିଭିନ୍ନ ଗ୍ରାମକୁ ଯାଇ ବୁଲିଥିଲେ। ପରେ ବଣ୍ଡା ଜନଜାତିର ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବଣ୍ଡାଘାଟିରେ କିପରି ସ୍ବାସ୍ଥ୍ୟ,ଶିକ୍ଷା,ଗମନାଗମନର ସୁବିଧା ହୋଇପାରିବ ସେ ନେଇ ଆଲୋଚନା କରିଥିଲେ। ଜିଲ୍ଲାପାଳ ମୁଖ୍ୟତଃ ଏହି ଜନଜାତିଙ୍କ ପାଇଁ ଆସୁଥିବା ଚାଉଳ, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର, ବିକଳାଙ୍ଗ ଭତ୍ତା,ବିଧବା ଭତ୍ତା ସମେତ ଏମଜିଏନଆରଜିଏରେ ଲୋକମାନଙ୍କୁ କାମ ଠିକ ଭାବେ ମିଳୁଛି କି ନାହିଁ ସେନେଇ ତଦାରଖ କରିଥିଲେ। ଏହି ଅଂଚଳରେ ନଳକୂପ, ଭଙ୍ଗା ସ୍କୁଲ ଗୃହ ଏବଂ ଅଂଗନବାଡି କେନ୍ଦ୍ରଗୁଡିକର ସମୀକ୍ଷା କରିଥିଲେ। ପଞ୍ଚାୟତ ସିମିତି ପକ୍ଷରୁ ତୁରନ୍ତ ଏହିଗୁଡିକ ମରାମତି କରିବାପାଇଁ ଜିଲ୍ଲାପାଳ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫାଇନାଲ ବିଲ ମିଳି ନଥିବା ନେଇ ଲୋକେ ଅଭିଯୋଗ କରିଥିଲେ। ତୁରନ୍ତ ଏହା ପ୍ରଦାନ ନେଇ ନିର୍ଦେଶ ଦିଆଯାଇଥିଲା। ବଣ୍ଡାଘାଟିକୁ କୌଣସି ଯାତ୍ରୀବାହୀ ବସ ଚଳାଚଳ କରୁନଥିବାରୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଥିଲା।ଲୋକଙ୍କ ଯାତାୟତ ନିମନ୍ତେ ଓ ବସ ଚଳାଚଳ ନିମନ୍ତେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲପାଳ ।ବଣ୍ଡାଘାଟିରେ ପିଲାଙ୍କ ପାଠପଢା ଏବଂ ଯୋଗାଯୋଗ ପାଇଁ ତୁରନ୍ତ ଜିଓ ଓ ଏୟାରଟେଲ ଟାଓ୍ୱାର ବସାଇବା ପାଇଁ ଅଂଚଳବାସୀ ଅନୁରୋଧ କରିଥିଲେ। ବଣ୍ଡାଜନଜାତିର କୌଣସି ବ୍ୟକ୍ତି ଯେପରି ସରକାରୀ ଯୋଜନାରୁ ବଂଚିତ ନହେବେ ସେ ନେଇ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO