
ପୁରୀ– ଆଜିଠୁ ପୁରୀ ପୌରାଚଂଳ ବାହାରର ସମସ୍ତ ଦର୍ଶନାର୍ଥୀଙ୍କୁ ଶ୍ରୀ ମନ୍ଦିରରେ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି । ଶ୍ରଦ୍ଧାଳୁ ମାନେ ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ରେ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଜୋତା ରଖିବା ପରେ ଭକ୍ତ ସେଡ୍ ଦେଇ ସିଂହଦ୍ୱାରରେ ପହଂଚୁଛନ୍ତି, ସେଠାରୁ ଦର୍ଶନାର୍ଥୀ ମାନେ ସାତ ପାହଚ ଦେଇ ଗରୁଡ଼ ସ୍ତମ୍ବ ଦେଇ ବାହାର କାଠ ନିକଟରୁ ଦର୍ଶନ କରି ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ଭକ୍ତଙ୍କୁ ରତ୍ନ ସିଂହାସନ ଉପରୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତି । ସକାଳ ସାଢ଼େ ୭ଟା ଠାରୁ ଆରମ୍ଭ ହୋଇଥିବା ଏହି ଦର୍ଶନ ରାତି ପହୁଡ଼ ପର୍ଯ୍ୟନ୍ତ ଚାଲିବ ।
ପ୍ରଥମେ ଦର୍ଶନାର୍ଥୀ ମାନେ ସାଙ୍ଗରେ ଆଣିଥିବା ୯୬ ଘଂଟା ପୂର୍ବର କରୋନା ନେଗେଟିଭ୍ ରିପୋର୍ଟ ପ୍ରଶାସନ ପକ୍ଷରୁ ଯାଂଚ୍ ପରେ ଭକ୍ତ ସେଡ୍ କୁ ସେମାନଙ୍କୁ ଛଡାଯାଉଛି । ପ୍ରଥମେ ଏହାର ଯାଂଚ୍ ପରେ ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା କଟକଣା ରକ୍ଷା କରି ଶ୍ରଦ୍ଧାଳୁ ମାନେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରୁଛନ୍ତି ।
ଅନ୍ୟପକ୍ଷରେ କୋଭିଡ଼୍ ରିପୋର୍ଟ ପାଇବା ପାଇଁ ମୋଚି ସାହି ଛକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପ୍ରକାଶ ଥାଉ କି, ଗତ ଡ଼ିସେମ୍ବର ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ପରିବାର ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ସେହିପରି ୨୬ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ନିମନ୍ତେ ୱାର୍ଡ଼ୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଭିଡ଼କୁ ଦୃଷ୍ଟିରେ ରଖି ଏବଂ କରୋନା ସଂକ୍ରମଣକୁ ଏଡାଇବା ଲକ୍ଷ୍ୟ ନେଇ ୧ ତାରିଖ ଓ ୨ ତାରିଖ ଦର୍ଶନ ବନ୍ଦ ରହିଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO