
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ କୋଭିଡ ଟୀକାକରଣ ପାଇଁ ଆଜି ମୁଖ୍ୟ ଚିକିତ୍ସାଳୟରେ ପ୍ରାକ୍ ପ୍ରସ୍ତୁତି କରାଯାଇଥିଲା। ଜିଲ୍ଲାକୁ ଟିକା ଆସିଲେ ଏହାକୁ କିପରି ସୁରୁଖୁରୁରେ କିପରି ବିତରଣ କରାଯିବ ସନେଇ ମୁଖ୍ୟ ଚିକିତ୍ସାଳୟରେ ଏକ ରିହଲସେଲ କରାଯାଇଥିଲା। ଏଥିପାଇଁ କୋ-ଵିନ ଵେବ ପୋର୍ଟାଲର ବ୍ୟବହାର କରାଯାଇଥିଲା। ପ୍ରତି ପଏଣ୍ଟରେ ୫ ଜଣ ଲେଖାଏଁ ଭେକସିନେଟର ରହିଥିଲେ। ୨୫ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଡମି ଟୀକାକରଣ ହୋଇଥିଲା। ଟୀକା ନେବାକୁ ଆସିଥିବା ବ୍ୟକ୍ତମାନଙ୍କର ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ପତ୍ର ଯାଞ୍ଚ କରାଯାଇଥିଲା।ପରେ ତାଙ୍କ ସ୍ବାସ୍ଥ୍ୟର ଯାଞ୍ଚ ପରେ ଭ୍ୟାକସିନ ରୁମକୁ ପଠାଯାଇଥିଲା। ଟୀକାକରଣ ପରେ ୩୦ ମିନଟ ଯାଏଁ ଅବଜରଭେସନ କଠୋରୀରେ ଟୀକା ନେଇଥିବା ବ୍ୟକ୍ତମାନଙ୍କୁ ରଖାଯିବ। ଏମାନଙ୍କ ଉପରେ ଦୁଇ ଜଣ ଅଧିକାରୀ ନଜର ରଖିବେ। କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ସେଠାରେ ଦାୟୀତ୍ବରେ ଥିବା ଡାକ୍ତର ତୁରନ୍ତ ଚିକିତ୍ସା କରିବେ। ତେବେ ମାଲକାନଗିରିର ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟରେ ୫୨୬୦ ଜଣ ନାମ ପଞ୍ଜିକରଣ କରିଥିବା ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଏହା କେତେ ସୁରୁଖୁରୁରେ ସମାପ୍ତ ହେବ ଦେଖିବାକୁ ବାକି ରହିଲା।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO