-
ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର – ଓଡିଶାର ସମ୍ବଲପୁରର ଆଖ ପାଖ ଅଂଚଳ ଖଣିଜ ପଦାର୍ଥକୁ ଠାରୁ ନେଇ ହସ୍ତତନ୍ତ, ହସ୍ତକଳା , ପର୍ଯ୍ୟଟନ ଠାରୁ ଆରମ୍ଭ କରି ଅନେକ ଜିନିଷ ପାଇଁ ସମୃଦ୍ଧ । ଏହି ଅଂଚଳକୁ ଲୋକାଲରୁ ଗ୍ଲୋବାଲ କରିବା ପାଇଁ ଆଇଆଇଏମର ଯୁବ ସାଥୀ ମାନେ ଇନୋଭେଟିକ ଉପାୟ ଆରଣାନ୍ତୁ । ସେମାନେ ଆତ୍ମନିର୍ଭର ଭାରତ ଦିଗରେ କାମ କରନ୍ତୁ ବୋଲି ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁର ଆଇଆଇଏମର ନୂଆ ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ ଅବସରରେ ଭିଡିଓ କନଫ୍ରେନ୍ସିଂଗ ଜରିଆରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।
ସେ ଜୟ ଜଗନ୍ନାଥ ଓ ଜୟ ମା ସମଲେଶ୍ୱରୀ କହି ଭାଷଣ ଆରମ୍ଭ କରିବା ସହ ଓଡିଆ ଭାଷାରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଥିଲେ ।
ସେ କହିଛନ୍ତି ଯେ ଏହି ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ରାଜ୍ୟର ଯୁବ ସାମର୍ଥ୍ୟକୁ ଶକ୍ତିଶାଳୀ କରିବ । ରାଜ୍ୟର ସଂସ୍କୃତି ଓ ସମ୍ବଳକୁ ଚିହ୍ନି ଓଡିଶାକୁ ମ୍ୟାନେଜମେଂଟ ଦୁନିଆରେ ଏକ ନୂଆ ପରିଚୟ ପ୍ରଦାନ କରିବ ବୋଲି ସେ କହିଛନ୍ତି ।
କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଓ ସଂସ୍ଥାନର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO