ତିରୁବନନ୍ତପୁରମ ,କେରଳରେ ଗତ ୨୪ ଘଂଟାରେ ୫,୮୮୭ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଟି ସକ୍ରିୟ ୬୪,୮୬୧ମାମଲା ରହିଛି ।
ଝାରଖଣ୍ଡରେ କରୋନାର ୨୩୦ ନୂଆ ମାମଲା
ରାଂଚି, ଝାରଖଣ୍ଡରେ କରୋନାର ୨୩୦ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୧୪,୬୫୦ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧,୦୨୫ ଜଣଙ୍କର ମୃତ୍ୟୁ ଘଟିଛି ।
ଆସାମରେ କରୋନାର ମାମଲା ୨,୧୬,୦୬୩ ରେ ପହଂଚିଲା
ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୮୭ ଟି ନୂଆ ମାମଲା ସାମନାକୁ ଆସିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨,୧୬,୦୬୩ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।