ନୂଆଦିଲ୍ଲୀ– ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଜନ୍ମ ଜୟନ୍ତୀରେ ଶତ ଶତ ନମନ । ନିଜର ଦୂରଦର୍ଶୀ ନେତୃତ୍ୱରେ ସେ ଦେଶକୁ ବିକାଶର ଉଚ୍ଚତାରେ ପହଂଚାଇଥିଲେ । ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଭାରତ ନିର୍ମାଣରେ ତାଙ୍କର ପ୍ରୟାସ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ ।