ଶ୍ରୀନଗର, ଜାମ୍ମୁ କାଶ୍ମୀରରେ ଗତ ୨୪ ଘଂଟାରେ ୨୫୦ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ଜାମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୧୯,୦୫୩ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୧,୮୫୩ଜଣଙ୍କର ମୃତ୍ୟୁ ଘଟିଛି ।
ମିଜୋରାମରେ ୧୫ ଟି କରୋନାର ନୂଆ ମାମଲା
ଆଇଜଲ, ମିଜୋରାମରେ ଗତ ୨୪ ଘଂଟା ମଧ୍ୟରେ ୧୫ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪,୧୫୬ ହୋଇ ଯାଇଛି । ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ ହୋଇଛି
ହିମାଚଳରେ ଆଉ ୪୩୭ କରୋନାର ନୂଆ ମାମଲା
ସିମଲା, ହିମାଚଳ ପ୍ରଦେଶରେ ଗତ ୨୪ ଘଂଟା ମଧ୍ୟରେ ୪୩୭ ଟି କରୋନାର ନୂଆ ମାମଲା ସାମନାକୁ ଆସିଛି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୩,୩୯୨ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୮୮୨ଜଣଙ୍କର ମୃତ୍ୟୁ ଘଟିଛି ।