
ନୂଆଦିଲ୍ଲୀ,ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସୋଚାମ (ଆସୋସିଏଟ ଚାମ୍ବର ଅଫ କମର୍ସ ଅଫ ଇଣ୍ଡିଆ) ପ୍ରତିଷ୍ଠା ସପ୍ତାହକୁ ସମ୍ବୋଧନ କରିବେ । ମୋଦୀଙ୍କ ଏହି ସମ୍ବୋଧନ ଭିଡିଭ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସୋଚାମ ପ୍ରତିଷ୍ଠା ସପ୍ତାହ କାର୍ଯ୍ୟକ୍ରମକୁ ଡିସେମ୍ବର ୧୯ରେ ସମ୍ବୋଧନ କରିବା ନେଇ ପିଏମଓ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । ପିଏମଓର ସୂଚନା ଅନୁସାରେ ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆସୋଚାମ ଏଣ୍ଟରପ୍ରାଇଜ ଅଫ ଦ କଣ୍ଟ୍ରି ଆୱାର୍ଡ ରତନ ଟାଟାଙ୍କୁ ପ୍ରଦାନ କରିବେ । ଟାଟା ଗ୍ରୁପ ମାଧ୍ୟମରେ ଏହି ସମ୍ମାନ ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ, ଆସୋଚାମ ୧୯୨୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏଥିରେ ଭାରତର ସବୁଆଡୁ ସଦସ୍ୟ ଅଛନ୍ତି । ଏଥିରେ ୪୦୦ ଚାମ୍ବର ଓ ବ୍ୟବସାୟିକ ସଂଗଠନ ଯୋଡ଼ି ହୋଇଛନ୍ତି । ଏହି ସଂସ୍ଥା ପ୍ରାୟ ୪.୫ ଲକ୍ଷ ସଦସ୍ୟଙ୍କୁ ସେବା ପ୍ରଦାନ କରୁଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO