-
2021ରେ ଭାରତ ଆୟୋଜନ କରିବ ଆନ୍ତର୍ଜାତିକ ଗଣମାଧ୍ୟମ ଓ ଚଳଚିତ୍ର ଶିଖର ସମ୍ମିଳନୀ
-
ଆଇଆଇଟି ବମ୍ବେ ସହଯୋଗରେ ହେବ ଏଭିଜିସି ଉତ୍କର୍ଷ କେନ୍ଦ୍ର

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଭାରତ ଶିଳ୍ପ ମହାସଂଘ (ସିଆଇଆଇ)ର ବୃହତ ଚଳଚିତ୍ର ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି । ଏଭଳି ସମ୍ମିଳନୀର ଆୟୋଜନ ନିମନ୍ତେ ଶ୍ରୀ ଜାଭଡେକର ସିଆଇଆଇକୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ, “ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧିରେ ଆମ ଦେଶ ଅଭୂତପୂର୍ବ ସଫଳତା ହାସଲ କରିଛି । ମନୋରଞ୍ଜନ ଓ ଗଣମାଧ୍ୟମ ଶିଳ୍ପର ବିକାଶ ଦୃଷ୍ଟିରୁ ଆମ ଦେଶରେ ବ୍ୟାପକ ସୁଯୋଗ ରହିଛି । ମନ୍ତ୍ରୀ କହିଛନ୍ତି ଯେ, ଆନିମେସନ, ଭିଜୁଆଲ ଇମ୍ପାକ୍ଟ, ଗେମିଂ ଓ କମିକ (ଏଭିଜିସି) କ୍ଷେତ୍ରରେ ଆମର ବିଶେଷଜ୍ଞମାନେ ବିଶ୍ଵର ଚଳଚିତ୍ର ନିର୍ମାତାଙ୍କ ପାଇଁ ଅନେକ ପ୍ରଛଦପଟ୍ଟ ସହାୟତା ଯୋଗାଇପାରିବେ । ସେଦୃଷ୍ଟିରୁ ଏବୃତ୍ତିରେ ନିୟୋଜିତ ବ୍ୟକ୍ତିମାନେ ଆନିମେସନ ଓ ଗ୍ରାଫିକ୍ସ ବ୍ୟବହାର କରି ଭାରତୀୟ ଚଳଚିତ୍ରର ଅଭିବୃଦ୍ଧିରେ ସହାୟକ ହୋଇପାରିବେ ।
ଆଇଆଇଟି ବମ୍ବେରେ ଏଭିଜିସିର ପାଠ୍ୟକ୍ରମ ଚାଲୁଥିବାରୁ ତାହାର ସହଯୋଗରେ ଏଭିଜିସିର ଉତ୍କର୍ଷ କେନ୍ଦ୍ର ସ୍ଥାପନ ହେବ ବୋଲି ଶ୍ରୀ ଜାଭଡେକର ଘୋଷଣା କରିଥିଲେ । ଏହି କ୍ଷେତ୍ରରେ ଷ୍ଟାର୍ଟଅପ୍ସକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ଔଦ୍ୟଗିକତାର ବିକାଶ ଦିଗରେ ପଦକ୍ଷେପ ନେବ ବୋଲି କହିଥିଲେ ।
ଏଥିରେ ଯୋଗଦେଇଥିବା ପ୍ରତିନିଧିମାନଙ୍କୁ ଆସନ୍ତା ବର୍ଷ ଜାନୁଆରୀରେ ଗୋଆରେ ଅନୁଷ୍ଠିତ ହେବାକୁ ଥିବା 51ତମ ଆନ୍ତର୍ଜାତିକ ଭାରତୀୟ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଛନ୍ତି । କାନ୍ସ ଚଳଚିତ୍ର ମହୋତ୍ସବ 2022ରେ ଏହାର 75ତମ ବର୍ଷ ପୂର୍ତ୍ତି ପାଳନ କରୁଥିବା ଅବସରରେ ଭାରତ ଏକ ସ୍ଵତନ୍ତ୍ର ପାଭିଲିଆନ ତିଆରି କରିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ଆସନ୍ତା ବର୍ଷ ଭାରତ ଆନ୍ତର୍ଜାତିକ ଗଣମାଧ୍ୟମ ଓ ଚଳଚିତ୍ର ସମ୍ମିଳନୀ ଆୟୋଜନ କରିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO