ଚଣ୍ଡିଗଡ , ହରିଆଣାରେ ଗତ ୨୪ ଘଂଟାରେ ୯୯୩ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୫୩,୩୮୫ ହୋଇଛି ।
ହିମାଚଳରେ ଆଉ ୩୮୬ କରୋନାର ନୂଆ ମାମଲା
ସିମଲା, ହିମାଚଳ ପ୍ରଦେଶରେ ଗତ ୨୪ ଘଂଟା ମଧ୍ୟରେ ୩୮୬ ଟି କରୋନାର ନୂଆ ମାମଲା ସାମନାକୁ ଆସିଛି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୯,୭୬୧ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୮୧୩ ଜଣଙ୍କର ମୃତ୍ୟୁ ଘଟିଛି ।