
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ଗୁଜୁରାଟ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କୃଷକମାନଙ୍କୁ ଭେଟି ଆଲୋଚନା କରିବାକୁ ଯାଉଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୁଜୁରାଟର କଚ୍ଛକୁ ଦିନିକିଆ ଗସ୍ତ କରୁଛନ୍ତି । ପ୍ରଧାମନମନ୍ତ୍ରୀ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ କଚ୍ଛରେ ଧୋରଡୋସ୍ଥିତ ଚାଷୀ ଓ କଳାକାରଙ୍କୁ ସମ୍ବୋଧନ କରିବେ । ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ସେ କଚ୍ଛର ଚାଷୀଙ୍କ ସହିତ ଆଲୋଚନା କରିବେ ।
କଚ୍ଛ ଜିଲ୍ଲାର ଲଖପତ ଅଂଚଳରେ ଏବଂ ଏହାର ଆଖପାଖ ଅଂଚଳରେ ପାଖାପାଖି ୫୦୦୦ ଶିଖ ପରିବାର ବସତି ସ୍ଥାପନ କରିଛନ୍ତି । ଦିଲ୍ଲୀର ସିଙ୍ଘୁ ସୀମାରେ ସୋମାବାର ପାଖାପାଖି ୩୨ଟି ଚାଷୀ ସଂଗଠନର ନେତା କେନ୍ଦ୍ରର ନୂଆ କୃଷି ଆଇନ ବିରୋଧ ଦିନକ ପାଇଁ ଆମରଣ ଅନଶନ କରିଛନ୍ତି । ସେହିଭଳି ଦେଶର ଅନ୍ୟସ୍ଥାନରେ ଆଇନ ବିରୋଧରେ ପ୍ରଦର୍ଶନ ହୋଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO